ଭୁବନେଶ୍ୱର, (ବାଘୁଆବାର୍ତ୍ତା): କର୍ଣ୍ଣାଟକରୁ ପ୍ରଥମ ଓମକ୍ରିନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଜଣଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪୬ ବୋଲି ଜଣାପଡ଼ିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି । ଏହା ଭାରତର ପ୍ରଥମ ଓମକ୍ରିନ ଆକ୍ରାନ୍ତ ବୋଲି ଜଣା ପଡ଼ିଛି । ଗତ କିଛି ଦିନ ଧରି ଓମକ୍ରିନ ନେଇ ବହୁ ଚର୍ଚ୍ଚା ଜାରି ରହିଥିଲା । ଏହାର ପ୍ରଭାବ ଅତ୍ୟନ୍ତ ଗୁରୁତର । ଅନେକ ଦେଶରେ ଓମକ୍ରିନର ପ୍ରଭାବ ଦେଖାଯାଇଛି । ଓମକ୍ରିନକୁ ନେଇ ଅନେକ ଦେଶରେ ଚିନ୍ତା ବଢ଼ିଯାଇଛି । ଏହି ପର୍ଯ୍ୟନ୍ତ ଓମକ୍ରିନ ୨୯ ଟି ଦେଶରେ ପଶିଲାଣି । ଭାରତକୁ ଆଜି ପ୍ରଥମେ ପ୍ରବେଶ କରିଛି । କର୍ଣର୍ାଟକରୁ ଚିହ୍ନଟ ହୋଇଥିବା ଉଭୟ ପୁରୁଷ ବୋଲି ଜଣା ପଡିଛି । ଦୁଇ ସଂକ୍ରମିତଙ୍କ ଠାରେ ହାଲକା ଲକ୍ଷଣ ଦେଖାଯାଇଛି ।






