ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟୋକିଓ ଅଲମ୍ପିକ୍ ଖେଳିବା ପାଇଁ ଭାରତରୁ ୧୧୯ଜଣ ଖେଳାଳୀଙ୍କ ସମେତ ୨୨୮ଜଣ ବିଶିଷ୍ଟ ସଦସ୍ୟ ଗସ୍ତ କରିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭାରତୀୟ ଅଲମ୍ପିକ୍ ସଂଘର ଅଧ୍ୟକ୍ଷ ନରିନ୍ଦର ବାତ୍ରା ସୂଚନା ଦେଇଛନ୍ତି । ଉକ୍ତ ଗସ୍ତରେ ୬୭ଜଣ ପୁରୁଷ ଓ ୫୨ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି । ଆସନ୍ତା ଜୁଲାଇ ୧୭ ତାରିଖରେ ୯୦ଜଣ ଆଥଲେଟ୍ ଏବଂ ଅଧିକାରୀ ପ୍ରଥମେ ଗସ୍ତରେ ଯିବେ । ଏହି ବୈଠକରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ ଆଇନ୍ ମନ୍ତ୍ରୀ କିରନ ରିଜ୍ ପଉସ୍ଥିତ ଥିଲେ ।






