Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଦକ ନାହିଁ, ମିଳିଲା ଲୋକଙ୍କ ପ୍ରଶଂସା

by ସଞ୍ଜୟ ସ୍ୱାଇଁ
August 11, 2024
in NATIONAL NEWS, Sports
ପଦକ ନାହିଁ, ମିଳିଲା ଲୋକଙ୍କ ପ୍ରଶଂସା
174
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): କୁହାଯାଏ ଲୋକଙ୍କ ଭଲ ପାଇବା ଠାରୁ ବଡ଼ ପୁରସ୍କାର କିଛି ନଥାଏ। ଏପରି ପୁରସ୍କାରର ହକଦାର ହୋଇପାରିଛନ୍ତି ଜଣେ ମହିଳା ରନର। ସେ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବାକୁ ସଫଳ ହୋଇ ନାହାନ୍ତି। ତଥାପି ଲୋକମାନେ ତାଙ୍କୁ ଦେଇଛନ୍ତି ଅଜସ୍ର ଭଲ ପାଇବା। ଆଜି ପ୍ୟାରିସ ଅଲିମ୍ପିକ୍ସର ଶେଷ ଦିନରେ ଘଟିଛି ସବୁଠାରୁ ବିରଳ ଘଟଣା। ମହିଳା ମାରାଥନ(୪୨ କିମି)ରେ ସବୁଠାରୁ ଶେଷରେ ପହଞ୍ଚିଥିବା ଖେଳାଳିଙ୍କୁ ମିଳିଛି ଦର୍ଶକଙ୍କ ଭରପୂର ପ୍ରଶଂସା। ସେମାନେ ଛିଡ଼ା ହୋଇ ଶେଷ ଖେଳାଳିଙ୍କ ପାଇଁ ମାରିଛନ୍ତି ତାଳି। ହଁ, ଆପଣ ଠିକ ପଢ଼ୁଛନ୍ତି। ଭୁଟାନର କିନଝାଙ୍ଗ ଲହାମୋ ସବୁଠାରୁ ଶେଷରେ ରେସ୍ ଶେଷ କରିଛନ୍ତି। ସେ ୮୦ତମ ଖେଳାଳି ଭାବେ ରେସ ଶେଷ କରିଥିଲେ।ତେବେ ୨୬ ବର୍ଷୀୟ କିନଝାଙ୍ଗ ରେସ୍ ଶେଷ କରିବାକୁ ଯାଉଥିବା ବେଳେ ତାଙ୍କୁ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଦର୍ଶକ କରତାଳି ମାରି ସବୁଠାରୁ ବଡ଼ ପୁରସ୍କାର ଭେଟି ଦେଇଛନ୍ତି। ଅବଶ୍ୟ ତାଙ୍କୁ କୌଣସି ପଦକ ମିଳିନାହିଁ। କିନ୍ତୁ ସେ ଆଦୌ ଅଧାରେ ହାର ମାନି ନଥିଲେ। କଠିନ ପରିଶ୍ରମ କରି ରେସ ଶେଷ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଭୁଟାନର ଏକମାତ୍ର ମହିଳା ଭାବେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇ ଇତିହାସ ସୃଷ୍ଟି କରିଥିବା କିନଝାଙ୍ଗ ନିଜର ଛାପ ଶେଷରେ ଫ୍ରାନ୍ସାରେ ଛାଡ଼ିଛନ୍ତି। ସେ ମହିଳା ମାରାଥନର ସ୍ୱର୍ଣ୍ଣ ପଦକ ବିଜେତା ରେସ ଶେଷ କରିବାର ୯୦ ମିନିଟ ପରେ ଫିନିଶିଂ ଲାଇନ ସ୍ପର୍ଶ କରିଥିଲେ। ସେ ଭଲ ଭାବେ ଜାଣିଥିଲେ ଯେ ତାଙ୍କୁ କୌଣସି ପଦକ ମିଳିବ ନାହିଁ। ତଥାପି ସେ ରେସ୍ ଶେଷ କରି ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି। ଏହି ମାରାଥନରେ ନେଦରଲ୍ୟାଣ୍ଡ୍ସର ସିଫାନ ହାସନ ୨ ଘଣ୍ଟା ୨୨ ମିନିଟ ଓ ୫୫ ସେକେଣ୍ଡରେ ରେସ ଶେଷ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। କିନଝାଙ୍ଗ ରେସ ଶେଷ କରିବାକୁ ଯାଉଥିବା ବେଳେ ପ୍ୟାରିସ ଜନତା ତାଙ୍କୁ ଛିଡ଼ା ହୋଇ କରତାଳି ଦ୍ୱାରା ସ୍ୱାଗତ କରିଥିଲେ। ଅଲିମ୍ପିକ୍ସ ସ୍ପିରିଟ ପାଇଁ ତାଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଖେଳୁଆଡ଼ ମନୋଭାକୁ ସମସ୍ତେ ପ୍ରଶଂସା କରିଛନ୍ତି। ରେସରେ ଭାଗ ନେଇଥିବା ପ୍ରାୟ ୧୧ ଜଣ ଖେଳାଳି ଅଧାରୁ ଓହରି ଯାଇଥିଲେ। କିନ୍ତୁ କିନଝାଙ୍ଗ ହାର ମାନି ନଥିଲେ। ସେ ରେସ ଶେଷ କରି ସମସ୍ତଙ୍କୁ ନିଜ ପ୍ରତିଭା ଦେଖାଇଛନ୍ତି। ସେ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଭୁଟାନର ଧ୍ୱଜା ବାହକ ମଧ୍ୟ ସାଜିଥିଲେ। ସେ ୪୨ କିମି ମାରାଥନକୁ ୩.୫୨.୫୯ ଘଣ୍ଟାରେ ଶେଷ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ସ୍ୱର୍ଣ୍ଣ ବିଜେତା ସିଫାନି ୨.୨୨.୫୫ ଘଣ୍ଟାରେ ରେସ ଶେଷ କରି ଅଲିମ୍ପିକ୍ସରେ ରେକର୍ଡ କରିଛନ୍ତି। ରୌପ୍ୟ ପଦକ ବିଜେତା ଇଥୋପିଆର ୨.୨୨.୫୮ ଘଣ୍ଟା ଓ କେନିୟାର ଓବିରି ହେଲ୍ଲେନ ମାରାଥନକୁ ୨.୨୩.୧୦ ସେକେଣ୍ଡରେ ଶେଷ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ବିଜେତାଙ୍କ ୯୦ ମିନିଟ ପରେ କିନଝାଙ୍ଗ ରେସ ଶେଷ କରି ଅଲିମ୍ପିକ୍ସର ସବୁଠାରୁ ବଡ଼ ପୁରସ୍କାର ଲୋକଙ୍କ ଭଲ ପାଇବା ହାସଲ କରିଛନ୍ତି। ଏଥିସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!