Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଲିଉଡ କଳାକାରଙ୍କୁ ସମ୍ବର୍ଦ୍ଧନା

by ସଞ୍ଜୟ ସ୍ୱାଇଁ
November 20, 2020
in Nayagarh
ଓଲିଉଡ କଳାକାରଙ୍କୁ ସମ୍ବର୍ଦ୍ଧନା
476
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫନ୍ ଆଣ୍ଡ୍ ଫିଟ୍‌ନେସ୍ କ୍ଲବ ଓ ସୁମିତ୍ରା ଏଂଟରଟେନମେଂଟ ପକ୍ଷରୁ ଆଇଆର୍‌ସି ଭିଲେଜ୍ ସ୍ଥିତ ଯୁଧିଷ୍ଠିର ଦାସ ବିଡିଏ ପାର୍କରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ସହିତ ଓଲିଉଡ କଳାକାରଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁଣିଥରେ କରୋନା ସଂକ୍ରମଣର ଭୟ ଦେଖାଦେଇଥିବା ବେଳେ ସେ ମାସ୍କ ପରିଧାନ କରିବା ଏବଂ ନିଜର ରୋଗପ୍ରତିରୋଧକ ଶକ୍ତି ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଏପରି ଏକ ଘଡିସନ୍ଧି ମୁହୂର୍ତରେ ଓଲିଉଡ କଳାକାରମାନଙ୍କୁ କାମ ଯୋଗାଇଦେବା ଉଦ୍ଦେଶ୍ୟରେ ସୁମିତ୍ରା ଏଂଟରଟେନମେଂଟର ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଥିଲେ । ପାର୍କରେ ମଣ୍ଣିଂୱାକ୍ ସମୟରେ ଏପରି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଫନ୍ ଆଣ୍ଡ୍ ଫିଟନେସ୍ କ୍ଲବ୍ ଓ ସୁମିତ୍ରା ଏଂଟରଟେନମେଂଟକୁ ସେ ଅନ୍ତରର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ କହିଥିଲେ ଯେ ଚଳଚ୍ଚିତ୍ର ଶିଳ୍ପ ବର୍ତମାନ ସଙ୍କଟ ଜନକ ପରିସ୍ଥିତି ଦେଇ ଗତି କରୁଛି ।

 

ପ୍ରେକ୍ଷାଳୟ ବନ୍ଦ ରହିଛି ଏବଂ କଳାକାରଙ୍କ ହାତରେ କାମ ନାହିଁ । ସେହି ସମୟରେ ‘ମନ ମୋର କାଗଜଗୁଡି ପରି’ ମୌଳିକ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରି ସୁମିତ୍ରା ଏଂଟରଟେନମେଂଟ କଳାକାରଙ୍କୁ ଭରସା ଦେଇଛି ଏବଂ ଆଜି ସେମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ମନରେ ନୂତନ ଆଶା ସଂଚାର କରିଛି । ଫନ୍ ଆଣ୍ଡ୍ ଫିଟ୍‌ନେସ୍ କ୍ଲବ୍‌ର ସଭାପତି କେଦାର ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଭୟ ଅନୁଷ୍ଠାନର ଆଭିମୁଖ୍ୟ ରଖିଥିଲେ । ସୁମିତ୍ରା ଏଂଟରଟେନ୍‌ମେଂଟର ପ୍ରଯୋଜକ ଶିବିର କୁମାର ପରିଡା କଳାକାରଙ୍କୁ ଉତ୍ସାହିତ କରିବା ସହିତ କଳାକାର ଓ ଟେକ୍ନିସିଆନମାନଙ୍କ ଜୀବିକା ଓ ଜୀବନ ରକ୍ଷା ନିମନ୍ତେ ପ୍ରତ୍ୟେକ ପ୍ରଯୋଜକ ଆଗେଇ ଆସିବା ଉଚିତ ବୋଲି ନିଜର ମତ ରଖିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର (ଦୀପୁ), ଚଳଚ୍ଚିତ୍ର ସାମ୍ବାଦିକ ହରପ୍ରସାଦ ମହାପାତ୍ରଙ୍କ ସମେତ ରାକେଶ ଦେଓ, ପ୍ରୀତିରାଜ ଶତପଥୀ, ଭୂମିକା ଦାଶ, ଐଶ୍ୱର୍ଯ୍ୟା ବେହେରା, ଶଙ୍କର୍ଷଣ ପ୍ରଧାନ, ଦେବୀ ବାରିକ, ସାୱନ ସୁମନ(ଗୁଡ୍ଡୁ), ମମତା ଦାଶ, ଜ୍ଞାନ ବାରିକ ପ୍ରମୁଖ ସ୍ୱକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଓଲିଉଡର ୨୦ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଓଲିଉଡ ସହିତ ସମ୍ପୃକ୍ତ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସୁମିତ୍ରା ଏଂଟରଟେନମେଂଟ ପକ୍ଷରୁ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ମାସ୍କ ଓ ରୋଗପ୍ରତିଷେଧକ ଔଷଧ ବିତରଣ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!