Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧିକାରୀମାନେ ଶିବିର ଆୟୋଜନ କରି କୃଷକମାନଙ୍କର ସମସ୍ଯା ବୁଝନ୍ତୁ

by ସଞ୍ଜୟ ସ୍ୱାଇଁ
January 13, 2021
in Feature News
ଅଧିକାରୀମାନେ ଶିବିର ଆୟୋଜନ କରି କୃଷକମାନଙ୍କର ସମସ୍ଯା ବୁଝନ୍ତୁ
212
VIEWS
Share on FacebookShare on Twitter

ଭୁବନେଶ୍ବର (ବାଘୁଆବାର୍ତ୍ତା): ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ବରଗଡ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଜିଲ୍ଲାର ବରଗଡ ଓ ବରପାଲି ଅଞ୍ଚଳରେ ଉଠା ଜଳସେଚନର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପାଣି ପଞ୍ଚାୟତର କାର୍ଯ୍ୟକର୍ତ୍ତାମାନଙ୍କ ସହ ବୈଠକ କରିଥିଲେ ଓ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ତାଙ୍କର ସୁଵିଧା ଅସୁବିଧା ବୁଝିଥିଲେ ଏବଂ ସେସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଚାଷୀଭାଇମାନେ ସେମାନଙ୍କର ସମସ୍ୟା ନେଇ କାର୍ଯ୍ୟ।ଳୟକୁ ଆସିବେ ନାହିଁ । ଆବଶ୍ୟକତା ଅନୁଯାୟୀ ଅଧିକାରୀମାନେ କ୍ୟାମ୍ପ କରି କୃଷକମାନଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ଶ୍ରୀ ପତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଅଧିକ ସଂଖ୍ୟକ ଉଠାଜଳ ପ୍ରକଳ୍ପ ଥିବାରୁ ଓ ଚାଷୀମାନଙ୍କ ଉତ୍ସାହ ଏବଂ ଅନୁରୋଧ କ୍ରମେ ସେ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବୃଦ୍ଧି କରି ତୃତୀୟ ଦିନରେ ଜିଲ୍ଲାର ଗାଇସିଲଟ , ପଦ୍ମପୁର , ପାଇକମାଲ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପୃବକ ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ । ଚାଷୀମାନେ ଉଠାଜଳସେଚନ ପ୍ରକଳ୍ପରୁ ବହୁଳ ଭାବେ ଉପକୃତ ହେଉଥିବାରୁ ଏବଂ ଏହା ଯୋଗୁଁ ସବୁ ଋତୁରେ ଅନ୍ୟାନ୍ୟ କିସମର ଚାଷ କରି ସେମାନେ ଲାଭବାନ ହେଉଥିବାରୁ ଜିଲ୍ଲାର କୃଷକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପତ୍ରୀଙ୍କର ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ନିର୍ବାହୀଯନ୍ତ୍ରୀ ସତ୍ୟନାରାୟଣ ତ୍ରିପାଠୀ , ଏସଡିଓ ବରଗଡ ସହଦେବ ସେଠୀ , ଏସଡିଓ ସୋହେଲା ବିଜୟ କୁମାର ଧର ଏବଂ ଏସଡିଓ ପଦମ୍ ପୁର କିଶୋର ଚନ୍ଦ୍ର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!