Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଏଲ୍ଆଇସି କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ ଭବିଷ୍ୟନିଧି ପାଣ୍ଠି ମାମଲାର ଫଇସଲା

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
ଓଏଲ୍ଆଇସି  କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ ଭବିଷ୍ୟନିଧି ପାଣ୍ଠି ମାମଲାର ଫଇସଲା
214
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ କୃଷିର ଉନ୍ନତି ଓ କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଓଡିଶା ଉଠା ଜଳସେଚନ ନିଗମ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ସରକାରୀ ସଂସ୍ଥା ଭାବେ ୧୯୭୩ ମସିହାରେ ସ୍ଥାପିତ ହୋଇଥିଲା । ୨୦୦୨ ମସିହାରେ ରାଜ୍ୟ ସରକାର ପାଣି ପଂଚାୟତ ନୀତି ଅନୁସାରେ ୨୦୦୩ ବର୍ଷରେ ପାଣି ପଂଚାୟତ ନୀୟମାବଳୀ ପ୍ରଣୟନ ଫଳରେ ଓ.ଏଲ୍.ଆଇ.ସିର ପୁନର୍ଗଠନ କରାଗଲା । ଫଳରେ ଏହି ନିଗମରେ କାର୍ଯ୍ୟ କରୁଥିବା ୯୧୪୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୭୦୦୦ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ପାଇଁ ଅପ୍ରେଲ ୨୦୦୩ରୁ ଆବେଦନ କରିଥିଲେ । ତନ୍ମଧ୍ୟରେ ନିୟମାନୁସାରେ କେତେକ, ଯେଉଁମାନେ ସ୍ୱେଚ୍ଛାକୃତ ଅବସର ନେଇ ନଥିଲେ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । କିନ୍ତୁ ୨୦୧୧ ମସିହାରୁ କର୍ମଚାରୀମାନେ ତାଙ୍କର ଫଇସଲା ହୋଇଥିବା ବଳକା ଭବିଷ୍ୟନିଧି ଅର୍ଥ ଉଠାଇପାରୁନଥିଲେ । ଅବସର ନେଇଥିବା ଏହି ଶ୍ରେଣୀର କର୍ମଚାରୀମାନେ କେତେ ପ୍ରାପ୍ୟ ପାଇବେ, ସେ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେମାନଙ୍କର କେତେକ ଅସୁବିଧା ଯଥା, ଆକାଉଣ୍ଟସ ସ୍ଲିପ୍ ଚୂଡାନ୍ତ ହୋଇନଥିବା କାରଣରୁ ସେମାନେ ପ୍ରାପ୍ୟ ପାଇବାରେ ବିଳମ୍ବିତ ହୋଇଥିଲା । ପୂର୍ବରୁ ରହିଥିବା ଏହି ସମସ୍ୟା ଯୋଗୁଁ କର୍ମଚାରୀମାନଙ୍କର ପେନ୍ସନ ଜମାରାଶି ଭବିଷ୍ୟନିଧି ଆକାଉଣ୍ଟରେ ପ୍ରଦର୍ଶିତ ହେଉନଥିଲା । କିନ୍ତୁ ଏବେ ଏହି କର୍ମଚାରୀମାନଙ୍କର ଭବିଷ୍ୟନିଧି ଜମା ପାଣ୍ଠି ବ୍ୟବସ୍ଥିତ ହେବା ଫଳରେ ଓ.ଏଲ୍.ଆଇ.ସିର ନିୟମିତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ଜମା ରହିଥିବା ଭବିଷ୍ୟନିଧି ବାବଦ ଟଙ୍କା ଉଠାଇପାରିବେ ବୋଲି ନିଷ୍ପତି ନିଆଯିବା ସହ ତଦନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି କର୍ମଚାରୀମାନଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନ ନିମନ୍ତେ ନିଗମ ତରଫରୁ ପ୍ରଚେଷ୍ଟା ଜାରିରହିଥିଲା । ଅବସରପ୍ରାପ୍ତ ଏହି କର୍ମଚାରୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ ପ୍ରଶଂସନୀୟ ଉଦ୍ୟମ ରହିଥିବାବେଳେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଟ୍ଟନା ପଟ୍ଟନାୟକ, ନିଗମର ଡେପୁଟୀ ଚିଫ୍ ଆକାଉଣ୍ଟସ୍ ଅଫିସର ଶ୍ରୀ ଅଜୟ କୁମାର ନାୟକ ଓ ସହକାରୀ ଭବିଷ୍ୟନିଧି ପାଣ୍ଠି ଆୟୁକ୍ତ ଶ୍ରୀସଂଜୟ ରଥଙ୍କ ପ୍ରଚେଷ୍ଟାରେ ଦୀର୍ଘ ଦିନରୁ ରହି ଆସିଥିବା ଏହି ସମସ୍ୟାର ସମାଧାନ ହୋଇପାରିଛି । ୫-ଟି ଆଧାରରେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ଏହି ସଫଳତା ମିଳିଛି ଏବଂ କର୍ମଚାରୀମାନଙ୍କର ବହୁ ପ୍ରତୀକ୍ଷିତ ଆଶା ପୂରଣ ହୋଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୫୭୮୩ ଜଣ କର୍ମଚାରୀଙ୍କ ପେନ୍ସନ ମଂଜୁର କରାଯାଇଥିବା ବେଳେ ଅବଶିଷ୍ଟ ୨୭୪୫ ଜଣଙ୍କ ପେନ୍ସନ ମଂଜୁର ପାଇଁ ଆଂଚଳିକ ଭବିଷ୍ୟନିଧି କମିଶନରଙ୍କୁ ଅନୁରୋଧ କରାଯାଇଛି । ୩୧.୦୧.୨୦୨୧ ସୁଦ୍ଧା ଓ.ଏଲ୍.ଆଇ.ସି ର ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ୮୫୨୮ । କର୍ମଚାରୀମାନଙ୍କ ଭବିଷ୍ୟନିଧି ରାଶି ଉଠାଣ ପାଇଁ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ପରିଚୟ ସଂପର୍କିତ କେ.ୱାଇ.ସି ନିର୍ଦ୍ଧାରିତ ଇପିଏଫ୍ ପୋର୍ଟାଲରେ ଅପ୍ଲୋଡ୍ କରିବା ପାଇଁ ନିଗମ ତରଫରୁ ଚଳିତ ମାର୍ଚ୍ଚ ମାସ ୧୩ ତାରିଖରେ ଖବରକାଗଜ ବିଜ୍ଞାପନ ଜରିଆରେ ସୂଚନା ପ୍ରଦାନ କରାଯାଇଥିଲା । ଫଳରେ କର୍ମଚାରୀମାନେ ନିଜର ଜମାଖାତା ଦେଖିପାରିବେ ଓ ସେମାନଙ୍କର ଟଙ୍କା ଉଠାଇ ପାରିବେ ।
ଏ ସଂପର୍କରେ ଆଜି ଅପରାହ୍ଣରେ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଓ.ଏଲ୍୍.ଆଇ.ସି ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଓଡିଶା ଉଠା ଜଳସେଚନ ନିଗମ ଓ ଆଂଚଳିକ ଭବିଷ୍ୟନିଧି ଆୟୋଗ,ଭୁବନେଶ୍ୱରଙ୍କ ସହିତ ଅନୁଷ୍ଠିତ ମିଳିତ ବୈ÷ଠକରେ ଚୁଡାନ୍ତ ଫଇସଲା ହୋଇଛି । ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଓ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଓ ଜଳ ସଂପଦ ବିଭାଗ ଏବଂ ଓ.ଏଲ୍.ଆଇ.ସିର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଗୁରୁତ୍ୱପୂର୍ଣ୍ଣ ବୈ÷ଠକ ଅନୁଷ୍ଠିତ ହୋଇ ଏ ସଂପର୍କରେ ସବିଶେଷ ଆଲୋଚନା କରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ଶ୍ରୀମତୀ ଗର୍ଗ , ଅବସର ନେଇଥିବା ଏହି କର୍ମଚାରୀମାନଙ୍କର ଦୀର୍ଘ ଦିନର ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥା ସମସ୍ତଙ୍କ ସମନ୍ୱୟ ଓ ଯୋଗାଯୋଗରେ କରାଯାଇପାରିଥିବାରୁ ନିଗମର ଅର୍ଥ ବିଭାଗ ଶାଖା ଓ ଆଂଚଳିକ ଭବିଷ୍ୟନିଧି ପାଣ୍ଠି କମିଶନର କାର୍ଯ୍ୟାଳୟର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରିବା ସହିତ କର୍ମଚାରୀମାନଙ୍କ ପ୍ରାପ୍ୟ ପ୍ରଦାନକୁ ସୁନିଶ୍ଚିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ତଥା ପରାମର୍ଶ ଦେଇଛନ୍ତି । ନିଜର ପ୍ରାପ୍ୟ ଟଙ୍କା ଉଠାଣ ପାଇଁ ଅନ୍ଲାଇନ୍ରେ କର୍ମଚାରୀମାନେ ନିଜେ ଘରେ ବସି ଆବେଦନ କରିପାରିବା ସହ ନିକଟସ୍ଥ ‘ଜନସେବା କେନ୍ଦ୍ର’ ଅଥବା ‘ମୋ ସେବା କେନ୍ଦ୍ର’ ସହାୟତାରେ ସେମାନଙ୍କୁ ଦିଆଯାଇଥିବା ନିଜ ନିଜର ୟୁ.ଏ.ଏନ୍ ନମ୍ବର ବ୍ୟବହାର କରି ନିଜେ ନିଜର ଭବିଷ୍ୟନିଧି ପାଣ୍ଠିର ଜମାଖାତା ଦେଖି ପାରିବେ ଓ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଉଠାଣ କରିପାରିବେ ବୋଲି ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଛନ୍ତି । ଓ.ଏଲ୍.ଆଇ.ସି କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ବ୍ୟବସ୍ଥିତ ହୋଇଥିବାରୁ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆଂଚଳିକ ଭବିଷ୍ୟନିଧି ପାଣ୍ଠି ଆୟୁକ୍ତ ଓ ସେମାନଙ୍କର ଟିମ୍, ବିଭାଗୀୟ ପ୍ରମୁଖ ଶାସନ ସଚିବ, ନିଗମର ପରିଚାଳନା ନିର୍ଦ୍ଦେଶକ, ଡେପୁଟୀ ସି.ଏ.ଓ ପ୍ରମୁଖଙ୍କ ସହଯୋଗ ଓ ପ୍ରଚେଷ୍ଟାକୁ ଧନ୍ୟବାଦ ଜଣାଇଥିଲେ । କର୍ମଚାରୀମାନଙ୍କର ବହୁ ପ୍ରତୀକ୍ଷିତ ମାମଲା ଫଇସଲା ହେବା ଫଳରେ କର୍ମଚାରୀ ସଂଘ ତରଫରୁ ମଧ୍ୟ ସନ୍ତୋଷ ବ୍ୟକ୍ତ କରାଯାଇଛି ଏବଂ ଭବିଷ୍ୟନିଧି ଆୟୁକ୍ତଙ୍କୁ ବର୍ଦ୍ଧିତ ପେନ୍ସନ୍ ରାଶି ପ୍ରଦାନ ନିମନ୍ତେ ଅନୁରୋଧ ଜଣାଇଛନ୍ତି ।
ଅନୁଷ୍ଠିତ ବୈ÷ଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସେଣ୍ଟ୍ରାଲ୍ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପି. ବୀରଭଦ୍ର ସ୍ୱାମୀ, ଆଂଚଳିକ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ( ଜୋନାଲ ଅଫିସ୍,ଓଡିଶା,ଭୁବନେଶ୍ୱର) ସୋ÷÷ମ୍ୟକାନ୍ତୀ ଘୋଷ, ଆଂଚଳିକ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ସୁଦୀପ୍ତ ଘୋଷ, ଓ.ଏଲ୍.ଆଇ.ସି ଦାୟିତ୍ୱରେ ଥିବା ସହକାରୀ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ଶ୍ରୀ ରଥ, ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ବିଜୟ କୁମାର ବେହେରା, ଉଠା ଜଳସେଚନ ନିଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ( ବୈ÷ଷୟିକ) ଶ୍ରୀ ବିକ୍ରମ କୁମାର ସ୍ୱାଇଁ, ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ୍ ଅଫିସର ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଡେପୁଟୀ ଚିଫ୍ ଆକାଉଣ୍ଟସ୍ ଅଫିସର ଶ୍ରୀ ନାୟକ, ପି.ପି.ଏଫ୍ ଆଣ୍ଡ ଏଚ୍ ଆର୍ ଶ୍ରୀ ପ୍ରକାଶ ସ୍ୱାଇଁ,ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!