ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ବାସ କରୁଥିବା ବୟସ୍କ ଅନ୍ତେବାସୀ ମାନଙ୍କୁ କାନାରା ବ୍ଯାଙ୍କ,ନୟାଗଡ ଶାଖା ତରଫରୁ ଶୀତବସ୍ତ୍ର ସ୍ବରୂପ ଗୋଟିଏ ଗୋଟିଏ କମ୍ବଳ ବଣ୍ଟନ କରାଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ କାନାରା ବ୍ଯାଙ୍କର ୧୧୫ ତମ ପ୍ରତିଷ୍ଠା ଦିବସ ସମର୍ପଣ ବୃଦ୍ଧାଶ୍ରମରେ ପାଳିତ ହୋଇ ଯାଇଛି। ସର୍ବପ୍ରଥମେ କାନାରା ବ୍ଯାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କ ପ୍ରତିଛବିରେ ଫୁଲ ଧୂପ ଅର୍ପଣ କରି ବ୍ଯାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ କାନାରା ବ୍ଯାଙ୍କ ନୟାଗଡ଼ ଶାଖାର ଶାଖାପରିଚାଳକ ପ୍ରଣବ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବ୍ଯାଙ୍କର ବିତରଣ ଅଧିକାରୀ ସୌମ୍ୟ ସୁନ୍ଦର ଦାଶ ଯୋଗଦେଇ ବ୍ଯାଙ୍କର ସମାଜସେବା କାର୍ଯ୍ୟକ୍ରମ ସହିତ ବ୍ଯାଙ୍କର ପ୍ରତିଷ୍ଠା ଦିବସ ବିଷୟରେ ଆଲୋଚନା କରିଥିଲେ। ବାର୍ଦ୍ଧକ୍ଯ ଅବସ୍ଥାରେ ଅବତୀର୍ଣ୍ଣ ପ୍ରତ୍ଯେକ ବୃଦ୍ଧବୃଦ୍ଧା ମାନଙ୍କ ପ୍ରତି ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ଯ ଅଛି ବୋଲି ମତ ପ୍ରକାଶ ପାଇଥିଲା। ସମର୍ପଣର ସଂପାଦକ ଅରୁଣ କୁମାର ମହାନ୍ତି ବ୍ଯାଙ୍କ ର ଏହି ଭଳି ସମାଜସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲା ବେଳେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।





