ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାର ନୂତନ ଓ ପୁରାତନ ଗେଷ୍ଟହାଉସ୍, ଆୟୁର୍ବେଦିକ ଡିସ୍ପେନ୍ସାରୀ ଏବଂ ପୁରୁା ବିଧାନସୌଧର ପଟେଲ ହଲ୍ ବୁଲି ଦେଖିଥିଲେ । ସେଗୁଡ଼ିକର ଉନ୍ନତିକର ନିମନ୍ତେ ବିଧାନସଭାର ପଦାଧିକାରୀମାନଙ୍କ ସହ ବିଚାରବିମର୍ଶ କରିଥିଲେ ଓ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ହେବେ ।






