Thursday, November 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଳିତ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ହେବ – ବାଚସ୍ପତି

by ସଞ୍ଜୟ ସ୍ୱାଇଁ
February 11, 2021
in Feature News
ଚଳିତ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ହେବ – ବାଚସ୍ପତି
94
VIEWS
Share on FacebookShare on Twitter

ଭୁବନେଶ୍ୱର – ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହା ପ୍ରକାଶ କରିବା ସହ ଏ ସମ୍ପର୍କରେ ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି । ମହାମାନ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ଠାରୁ ଆରମ୍ଭ କରି ବଜେଟ୍ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଏବଂ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ‘ନେଭା’ର ୧୦ ଜଣିଆ ବୈଷୟିକ ଦଳ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ରହି ସୁଚାରୁରୂପେ ଏହିସବୁ କାର୍ଯ୍ୟକ୍ରମ ସମ୍ପାଦନା କରିବେ । ସୂଚନା ପ୍ରଯୁକ୍ତି ବିଭାଗର ଜଣେ ଦକ୍ଷ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ଥର ଇ-ବିଧାନସଭା ସହ ବିଧାନସଭା ସଭ୍ୟମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ପ୍ରଦାନ କରାଯିବ, ଯଦ୍ୱାରା କି ବିଧାନସଭା କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବ୍ୟାହତ ହେବ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ କରିବାକୁ ଅର୍ଥ ବିଭାଗ ସଚିବ ଆଶୋକ କୁମାର ମୀନା ମତ ଦେଇଥିଲେ । ତେବେ ବିଧାନସଭା ଗୃହ ମଧ୍ୟରେ ପ୍ରଥମେ କେବଳ ବିଧାୟକମାନଙ୍କୁ ପ୍ରଶ୍ନୋତ୍ତର ସହ ଅନ୍ୟାନ୍ୟ ଆଲୋଚନା ଅବଗତି କରାଯିବ ଏବଂ କୌଣସି ପରିସ୍ଥିତିରେ ବିଧାନସଭାରେ ଉତ୍ଥାପିତ ନ ହୋଇ ପ୍ରସଙ୍ଗର ଆଲୋଚନା ବିଷୟବସ୍ତୁ ବାହାରେ ପ୍ରକାଶିତ ହେବ ନାହିଁ ବୋଲି ବାଚସ୍ପତି ଡ଼ଃ. ପାତ୍ର ନିର୍ଦ୍ଦେଶ ଦେଇଥିଲେ ଆବଶ୍ୟକ ସ୍ଥଳେ ସୂଚନା ପ୍ରଯୁକ୍ତି ବିଦ୍ୟା ତରଫରୁ ସ୍ଥାନୀୟ ସର୍ଭର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ରୂପାୟିତ କରିବା ପାଇଁ ସେ ବିଭାଗକୁ ପରାମର୍ଶ ଦେଇଥିଲେ । ବିଧାନସଭାର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଡ଼ଙ୍ଗରେ ସମ୍ପାଦନ କରିବା ପାଇଁ ବାଚସ୍ପତି ଡ଼ଃ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ବିଦାନସଭା ସଚିବ ଦାଶରଥୀ ଶତପଥୀ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ ମିଶ୍ରଙ୍କ ସହ ବିଭିନ୍ନ ଉଚ୍ଚପଦସ୍ଥ ପଦାଧିକାରୀ ଯୋଗ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!