Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌ ଗଠନ ଉପରେ ଗୁରୁତ୍ୱାରୋପ

by ସଞ୍ଜୟ ସ୍ୱାଇଁ
September 21, 2021
in Feature News
ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌ ଗଠନ ଉପରେ ଗୁରୁତ୍ୱାରୋପ
47
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆମ ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କର ଶିକ୍ଷା, ଦକ୍ଷତାର ବିକାଶ, ଶିଶୁର ମାନସିକ ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଓଡ଼ିଶାରେ କର୍ଣ୍ଣାଟକ ରାଜ୍ୟ ଭଳି ବିଧାନସଭା ଫୋରମ୍‌ ଗଠନ ପାଇଁ ମତପ୍ରକାଶ ପାଇଛି । ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାଲ୍ୟବିବାହ ନିରୋଧ, ଶିଶୁ ନିର୍ଯାତନା ବନ୍ଦ, ସେମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉନ୍ନତିକରଣ ପ୍ରଭୃତି ଶିଶୁ ଅନୁକୂଳ ପ୍ରସଙ୍ଗ ଉପରେ ସେ୍ୱଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ’ ଏବଂ ଏଡୁକୋ, ସ୍ପେନ୍‌ର ପ୍ରତିନିଧିମାନଙ୍କ ସହ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ମାତୃଗର୍ଭରୁ ଶିଶୁମାନଙ୍କୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଉପରେ ବୈଠକରେ ଉପସ୍ଥିତ ଶିଶୁ ଅଧିକାରକର୍ମୀ ତଥା କର୍ଣ୍ଣାଟକ ବିଧାନ ପରିଷଦ ସଭ୍ୟ ଗଣେଶ କାର୍ତ୍ତିକ ମତ ଦେଇଥିଲେ । ‘ମମତା’ ଯୋଜନା ମାଧ୍ୟମରେ ଓଡ଼ିଶା ସରକାର ଶିଶୁ ମୃତୁ୍ୟ ହାର କମାଇବା ସହ ମାତୃକଲ୍ୟାଣ ଯୋଜନା ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଥିଲେ । ଏହି ଯୋଜନା ଏକ ଦୂରଦର୍ଶୀପୂର୍ଣ୍ଣ ଯୋଜନା ହୋଇଥିବା ସେ କହିବା ସହ ଏହା ଅନ୍ୟ ରାଜ୍ୟ ପାଇଁ ଆଦର୍ଶସ୍ଥାନୀୟ ହୋଇପାରିଛି ବୋଲି ମତ ଦେଇଥିଲେ । ଓଡ଼ିଶାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ ଦାଦନ ଶ୍ରମିକମାନଙ୍କର ସନ୍ତାନମାନଙ୍କ ଉପଯୁକ୍ତ ଶିକ୍ଷା ଓ ବିକାଶ ପାଇଁ ୩୩୭ଟି ହଷ୍ଟେଲ ଖୋଲାଯାଇଥିବା ମଧ୍ୟ ମନ୍ତ୍ରୀ ପ୍ରକାଶ କରିଥିଲେ । ମହିଳା ଓ ଶିଶୁ ବିକାଶ ଉପରେ ଗଠନ କରାଯାଇଥିବା ଗୃହ କମିଟି ସହ ପରବର୍ତ୍ତୀ ସମୟରେ ବୈଠକ କରି ଶିଶୁ ଅଧିକାର ଉପରେ ବ୍ୟାପକ ଆଲୋଚନା କରିବାକୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ‘ଏଡୁକୋ’ ଏବଂ ‘ପ୍ରେମ୍‌’ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସେ୍ୱଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ୍‌’ ପକ୍ଷରୁ ସ୍ପେନ୍‌ର ‘ଏଡୁକୋ’ ସହାୟତାରେ ଗଞ୍ଜାମ, କନ୍ଧମାଳ ଜିଲ୍ଲା ସମେତ ୫ଟି ଜିଲ୍ଲାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା । ଏହାକୁ ସମଗ୍ର ରାଜ୍ୟରେ ବ୍ୟାପକ କରିବା ପାଇଁ ବାଚସ୍ପତି ଡ. ପାତ୍ର ପରାମର୍ଶ ଦେଇଥିଲେ । ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏଡୁକୋ ନିର୍ଦ୍ଦେଶକ ଗୁରୁପ୍ରସାଦ, ଏଡୁକୋର ପ୍ରତିଷ୍ଠାତା ସଭାପତି ଡ. ଜାକୋବ୍‌ ଥୁଣ୍ଡାଇଲ୍‌ ଶିଶୁ ଅଧିକାର ଟ୍ରଷ୍ଟ, ବାଙ୍ଗାଲୋରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାସୁଦେବ ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!