Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁମାନଙ୍କର ଉପଯୁକ୍ତ ଜୀବନ ଶୈଳୀ ପାଇଁ ବାଚସ୍ପତିଙ୍କ ଗୁରୁତ୍ୱାରୋପ

by ସଞ୍ଜୟ ସ୍ୱାଇଁ
September 28, 2021
in Feature News
ଶିଶୁମାନଙ୍କର ଉପଯୁକ୍ତ ଜୀବନ ଶୈଳୀ ପାଇଁ ବାଚସ୍ପତିଙ୍କ ଗୁରୁତ୍ୱାରୋପ
48
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆମ ରାଜ୍ୟର ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଉନ୍ନତ ଜୀବନଯାପନ ପ୍ରଣାଳୀ ପାଇଁ ଏକ ଉପଯୁକ୍ତ ଜୀବନଶୈଳୀ ସୃଷ୍ଟି କରିବା ଉପରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ୟୁନିସେଫ ଓଡ଼ିଶା ଶାଖାର ପ୍ରତିନିଧି ମଣ୍ଡଳୀ ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିସେଫ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶିଶୁ ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେମାନେ ମଧ୍ୟ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି ସହ ଆବଶ୍ୟକୀୟ ଆଲୋଚନା କରିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ । ବାଚସ୍ପତି ଡ଼ଃ ପାତ୍ର ମଧ୍ୟ ଗୃହ କମିଟି ଅଧ୍ୟକ୍ଷା ଉଷା ଦେବୀଙ୍କ ସହ ଆଲୋଚନା କରି ଆଗାମୀ ଦଶହରା ଛୁଟି ପରେ ଏ ସଂକ୍ରାନ୍ତରେ ବୈଠକ ଆହୂତ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ମହିଳା ଓ ଶିଶୁ ବାକାଶକୁ ଅଗ୍ରାଧିକାର ଦେଉଥିବା ଦୃଷ୍ଟିରୁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଙ୍ଗନୱାଡି କର୍ମକର୍ତ୍ତାଙ୍କ ସହ ସୁସମନ୍ୱୟ ରକ୍ଷା କରି ୟୁନିସେଫ କାର୍ଯ୍ୟ କରିବା ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ପରାମର୍ଶ ଦେଇଥିଲେ । ୧୫ତମ ଅର୍ଥ କମିଶନ ଏବଂ କେନ୍ଦ୍ର ସରକାରଙ୍କ ପଞ୍ଚାୟତରାଜ ବିଭାଗ ତରଫରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଥିବା ୟୁନିସେଫ ପ୍ରତିନିଧିମାନେ ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ୟୁନିସେଫ ଓଡ଼ିଶା ଶାଖା ମୁଖ୍ୟ ମୋନିକା ନେଲସନ, ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଏବଂ ସାମାଜିକ ନୀତି ନିର୍ଦ୍ଧାରଣ ବିଶେଷଜ୍ଞ ସୋମେନ୍ ରାୟ ବାଚସ୍ପତିଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!