Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶସ୍ତା ହେଉଛି ଶୋରିଷ ତେଲ, ଆହୁରି କମିବ

by ସଞ୍ଜୟ ସ୍ୱାଇଁ
January 14, 2022
in Business, State
ଶସ୍ତା ହେଉଛି ଶୋରିଷ ତେଲ, ଆହୁରି କମିବ
300
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନିୟନ୍ତ୍ରଣକୁ ଆସୁଛି ଖାଇବା ତେଲର ମୂଲ୍ୟ । ଖାଇବା ତେଲ ମୂଲ୍ୟରେ ହ୍ରାସ ସାଧାରଣ ଖାଉଟିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଦୁଇରୁ ତିନି ମାସ ପୂର୍ବେ ଯେଉଁଠି ସୋରିଷ ତେଲର ଦର ଆକାଶଛୁଆଁ ଥିଲା । ଆଜି ତାହା ୧୭ରୁ ୨୨ ଟଙ୍କା ଶସ୍ତା ହୋଇଛି । ତେବେ ଖାଇବା ତେଲ ଉପରେ ଆମଦାନୀ ଶୁକ୍ଲ ଶୂନ କରିବା ସହ ଭବିଷ୍ୟତ ପାଇଁ ବ୍ୟବସାୟୀକ ଚୁକ୍ତି ଉପରେ ରୋକ ଲଗାଇବା ପରି ସରକାରଙ୍କ ପଦକ୍ଷେପ ଯୋଗୁଁ ମୂଲ୍ୟ ହ୍ରାସ ହେଉଥିବା କୁହାଯାଉଛି । ବ୍ୟବସାୟୀଙ୍କ ମତ ଖାଇବା ତେଲ ଆଗକୁ ଆହୁରି ଶସ୍ତା ହୋଇପାରେ । ଗତ ଏକ ମାସରେ ଯଦି ଖାଇବା ତେଲର ଦର ଉପରେ ନଜର ପକାଇବା ତେବେ ଅକ୍ଟୋବର-ନଭେମ୍ୱରରେ ସୋରିଷ ତେଲ ଲିଟର ପିଛା ୧୮୫ ଟଙ୍କାରେ ବିକ୍ରିରେ ହେଉଥିଲା। ଏବେ ଏହା ୧୬୩ରୁ ୧୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ନଭେମ୍ୱର ମାସରେ ସୋୟାବିନ ତେଲ ଲିଟର ପିଛା ଦର ୧୪୦ ଟଙ୍କା ରହିଥିଲା। ଯାହା ବର୍ତ୍ତମାନ ସମୟରେ ୧୩୦ରୁ ୧୩୨ ଟଙ୍କା ପ୍ରତି ଲିଟର ହୋଇଛି । ବଜାର ବିଶେଷଜ୍ଞଙ୍କ ମତ ଖରିଫର ମୁଖ୍ୟ ଫସଲ ସୋୟାବିନର ଉତ୍ପାଦନରେ ହ୍ରାସ ଯୋଗୁଁ ସେପ୍ଟେମ୍ୱରରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ଫଳରେ ସୋୟାବିନ ତଲର ଲିଟର ପିଛା ଦର ୯୦ ଟଙ୍କାରୁ ବଢି ୧୪୦ ଟଙ୍କାରେ ପହଞ୍ଚିଥିଲା । ଖାଇବା ତେଲ ମୂଲ୍ୟରେ ୪ ମାସରେ ଲିଟର ପିଛା ୪୫ ଟଙ୍କା ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢାଇଥିଲା । କିନ୍ତୁ ଏବେ ଏହି ମୂଲ୍ୟରେ ହ୍ରାସ ଆରମ୍ଭ ହୋଇଛି । ଯେଉଁଥି ପାଇଁ ଖାଉଟି ୮ରୁ ୧୦ ଟଙ୍କା ସଞ୍ଚୟ କରିପାରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!