Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଂଲଣ୍ଡରେ ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି ଓଡିଆ ଝିଅ

by ସଞ୍ଜୟ ସ୍ୱାଇଁ
January 10, 2025
in Feature News
ଇଂଲଣ୍ଡରେ ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି ଓଡିଆ ଝିଅ
231
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଓଡ଼ିଆ ଝିଅ ସୁସ୍ମିତା ରାଜହଂସ। ଇଂଲଣ୍ଡରେ ଗଢିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଆଉ ଇଂଲଣ୍ଡରେ ତିଆରି କରିଛନ୍ତି ମିନି ଓଡ଼ିଶା। ପ୍ରତିଦିନ ସେଠାରେ ମହାପ୍ରସାଦ ପ୍ରସ୍ତୁତି ହେଉଛି। ସମଗ୍ର ଇଂଲଣ୍ଡରେ ବସବାସ କରୁଥିବା ହିନ୍ଦୁମାନେ ଯାଇ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରୁଛନ୍ତି। ଏହାଛଡ଼ା ତାଙ୍କର ଇଂଲଣ୍ଡରେ ଓଡ଼ିଆ ରେସ୍ଟୁରାଣ୍ଟ ରହିଛି। ପ୍ରବାସୀ ଭାରତୀୟ ଦିବସରେ ସେ ଓ ତାଙ୍କ ସ୍ୱାମୀ ଆଶିଷ ରାଜହଂସ ଭୁବନେଶ୍ୱର ଆସିଛନ୍ତି। ଓଡ଼ିଶାରେ ଇନ୍‌ଭେଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଝିଅ ଆଶିଷ ରାଜହଂସ। ଏଠାରେ ପାଠ ପଢ଼ିଛନ୍ତି ଓ ବଢ଼ିଛନ୍ତି। କିନ୍ତୁ ପତି ଆଶିଷଙ୍କ ସହିତ ଇଂଲଣ୍ଡରେ ବସବାସ କରୁଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ ବ୍ୟବସାୟୀ। ଓଡ଼ିଶା ଆସିଥିବା ଅବସରରେ ସୁସ୍ମିତା କହିଛନ୍ତି ଯେ ୨୩ ବର୍ଷ ହେଲା ସେ ସେଠାରେ ରହୁଛନ୍ତି। ଇଂଲଣ୍ଡରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ନେଇ ଏକ କମ୍ୟୁନିଟି ଗଠନ କରିଛନ୍ତି। ଯେଉଁଥିରେ ବହୁ ଓଡ଼ିଆ ଅଛନ୍ତି। ଓଡ଼ିଆଙ୍କର ଅତି ପ୍ରିୟ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଆଜକୁ ୨୦ ବର୍ଷ ତଳେ ସେଠାରେ ରଥଯାତ୍ରା ଆୟୋଜନ କରିଥିଲୁ। ପ୍ରତିବର୍ଷ ଧୁମ୍‌ଧାମ୍ ଭାବେ ରଥଯାତ୍ରା ଆୟୋଜନ କରାଯାଉଛି। ସମଗ୍ର ଇଂଲଣ୍ଡରେ ବସବାସ କରୁଥିବା ୨୦୦୦ରୁ ଅଧିକ ଓଡ଼ିଆ ରଥ ଯାତ୍ରାରେ ସାମିଲ୍ ହେଉଛନ୍ତି ବୋଲି ସୁସ୍ମିତା କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତରୁ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି। ପର‌୍ୟ୍ୟଟନ ଋତୁରେ ବହୁ ପର‌୍ୟ୍ୟଟକ ଆସୁଛନ୍ତି। ଆଉ ମହାପ୍ରସାଦ ଖାଇ ପ୍ରୀତ ହୋଇଥିଲେ। ଯାହାକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ମୁଁ ସେଠାରେ ଗୋଟିଏ ଓଡ଼ିଆ ରେଣ୍ଟୁରାଣ୍ଟ ଖୋଲିଛି ବୋଲି ସେ କହିଛନ୍ତି। ସୁସ୍ମିତା କହିଛନ୍ତି, ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆମକୁ ବହୁ ଖୁସି ଲାଗୁଛି। ସମଗ୍ର ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନେ ଏଠାକୁ ଆସିଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଅତି ପାଖରୁ ଦେଖୁଛନ୍ତି। ବିକଶିତ ଓଡ଼ିଶା, ବିକଶିତ ଭାରତକୁ ନେଇ ଆମେ ଅନେକ ସ୍ୱପ୍ନ ଦେଖିଛୁ। ଓଡ଼ିଶାରେ ୧୦୦ ପ୍ରତିଶତ ଇନ୍‌ଭେଷ୍ଟମେଣ୍ଟ କରିବୁ। ଏହାଛଡ଼ା ଓଡ଼ିଶାକୁ ବିକାଶ ପଥରେ ନେବା ପାଇଁ ଉଦ୍ୟମ କରିବୁ ବୋଲି ସୁସ୍ମିତା କହିଛନ୍ତି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!