Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାତୃଭାଷାରେ ପାଠପଢ଼ା ପାଇଁ ସ୍ୱତନ୍ତ୍ର ଶ୍ରେଣୀ, ଶିକ୍ଷକ

by ସଞ୍ଜୟ ସ୍ୱାଇଁ
February 21, 2025
in Education, State
ମାତୃଭାଷାରେ ପାଠପଢ଼ା ପାଇଁ ସ୍ୱତନ୍ତ୍ର ଶ୍ରେଣୀ, ଶିକ୍ଷକ
75
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୌଣସି ବିଷୟବସ୍ତୁକୁ ଚିନ୍ତା କରିବା, ବୁଝିବା ଓ ଶିଖିବା ପାଇଁ ଭାଷା ହେଉଛି ମୁଖ୍ୟ ମାଧ୍ୟମ । ମାତୃଭାଷାରେ ଶିକ୍ଷା ଗ୍ରହଣ କଲେ ଶିଶୁର ବୌଦ୍ଧିକ ବିକାଶ ହୁଏ । ଜ୍ଞାନ ବୃଦ୍ଧି ହୁଏ । ଅନ୍ୟ ଭାଷା ଶିଖିବାକୁ ମଧ୍ୟ ଏହି ମାତୃଭାଷା ସୁଯୋଗ ଦେଇଥାଏ । ଏହା ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କହୁଛି । ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଏନ୍‌ଇପି ଲାଗୁ ହେବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍‌ଏଲ୍‌ଏନ୍)କୁ ଗୁରୁତ୍ୱ ଦିଆଯାଉଛି । ସ୍ୱତନ୍ତ୍ର ଶିକ୍ଷକ ଏଥିପାଇଁ ସ୍କୁଲରେ ନିୟୋଜିତ ଅଛନ୍ତି । ପ୍ରତିଦିନ ଏଫ୍‌ଏଲ୍‌ଏନ୍ କ୍ଲାସ୍ ମଧ୍ୟ ହେଉଛି । କେବଳ ଏତିକି ନୁହେଁ ସରକାର ନିକଟରେ ସ୍ୱତନ୍ତ୍ର ଭାଷା ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷାରେ ମାତୃଭାଷା ଓଡ଼ିଆରେ ପାଠ୍ୟପୁସ୍ତକ ମଧ୍ୟ ପ୍ରସ୍ତୁତି କରାଯାଉଛି । ଏନ୍‌ଇପି ଅନୁଯାୟୀ, ସ୍କୁଲରେ ପାଠପଢ଼ା ସ୍ଥାନୀୟ ଭାଷାରେ ହେବ । ଏହାକୁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଅନୁସରଣ କରିବେ। ମାତୃଭାଷାରେ ସମସ୍ତ ପ୍ରକାରର ପାଠ୍ୟପୁସ୍ତକ ଉପଲବ୍ଧ କରାଯିବ । ମୌଳିକ ପର୍ଯ୍ୟାୟରୁ ପିଲାମାନେ ଭାଷା ସହ ସଂପର୍କିତ ହେବ । ପାଠପଢ଼ା ଉପଭୋଗ୍ୟ ଓ ଆଲୋଚନାତ୍ମକ ଶୈଳୀରେ ପଢ଼ାଯିବ । ପ୍ରାରମ୍ଭିକ ବର୍ଷରେ ମାତୃଭାଷାରେ ଶୀଘ୍ର ପଢ଼ିବା ଓ ତୃତୀୟ ଶ୍ରେଣୀ ଓ ପରବର୍ତ୍ତୀ ସମୟରେ ପଢ଼ିବା ଓ ଲେଖିବା ପାଇଁ ବିକଶିତ କୌଶଳ ସହ ଶିକ୍ଷା ଦିଆଯିବ । ଏବେବି ସ୍କୁଲରେ ଏଫ୍‌ଏଲ୍‌ଏନ୍ କ୍ଲାସ ହେଉଛି । ଏଥିରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠପଢ଼ାଇବା ସମୟରେ ଘରେ ବ୍ୟବହାର କରୁଥିବା ଭାଷାରେ ପାଠ ପଢ଼ା ଯାଉଛି । ପିଲାଙ୍କୁ ଓଡ଼ିଆ ଭାଷା ଶୁଣିବା, ବୁଝିବା, କହିବା ପଢ଼ିବା ଓ ଲେଖିବା ପାଇଁ ଦକ୍ଷ କରାଯାଉଛି । ପ୍ରତି ପ୍ରାଥମିକ ସ୍କୁଲରେ ସ୍ୱତନ୍ତ୍ର ଭାବେ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଅଛନ୍ତି । ସେମାନେ ପ୍ରତିଦିନ ଏଫ୍‌ଏଲ୍‌ଏନ୍ କ୍ଲାସ କରୁଛନ୍ତି । ପିଲାଙ୍କୁ କଳାତ୍ମକ ଢଙ୍ଗରେ ପାଠପଢ଼ାଉଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଉଛି । ପ୍ରତି ମାସରେ କ୍ଲଷ୍ଟର ମିଟିଂ ହେଉଛି । ଏଥିରେ ଏଫ୍‌ଏଲ୍‌ଏନ୍ ନେଇ ଆଲୋଚନା ହେଉଛି । ଏପରିକି ଏଫ୍‌ଏଲ୍‌ଏନ୍ ତଦାରଖ କରାଯାଉଛି । ଏଫଏଲ୍‌ଏନ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ପୁସ୍ତିକା ରହିଛି । ଯେଉଁଥିରେ ପିଲାଙ୍କୁ ଓଡ଼ିଆ ଗପଠୁ ଆରମ୍ଭ କରି ବିଭିନ୍ନ ମାତୃଭାଷା ବହି ରହିଛି । ଏଫ୍‌ଏଲ୍‌ଏନ୍ ପାଇଁ ସ୍ୱତନ୍ତ୍ର ଶ୍ରେଣୀ ଗୃହ ରହିଛି। ଏହା ସଂପୂର୍ଣ୍ଣ ଭାବେ ଏନ୍‌ଇପି ୨୦୨୦କୁ ଭିତ୍ତି କରି କରାଯାଇଛି । ଏନ୍‌ଇପି ଲାଗୁ ପୂର୍ବରୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରୁ ୪୯୬ଟି ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ହେବେ । ଏଭଳି ପଦକ୍ଷେପ ନେଇଛନ୍ତି । ସେହିପରି ନିକଟରେ ଇଗ୍ନୋ ପକ୍ଷରୁ ଏମ୍‌ବିଏ ପାଠ୍ୟପୁସ୍ତକ ଓଡ଼ିଆ କରାଯାଇଛି । ଏଆଇସିଟିଇ ସହଯୋଗରେ ଇଗ୍ନୋ ଏହି ଏମ୍‌ବିଏ ଅଧ୍ୟୟନ ପୁସ୍ତିକା ପ୍ରକାଶ କରିଛି । ଆଗରୁ ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆରେ ପ୍ରସ୍ତୁତ କରାଯାଇ ପ୍ରକାଶ ହୋଇଥିଲା । ଏଆଇସିଟିଇ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛି । ରାଜ୍ୟର ସମସ୍ତ ସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାଙ୍କର ସର୍ବାଙ୍ଗୀନ ବିକାଶ ଓ ମାତୃଭାଷାର ବିକାଶ ପାଇଁ ପିଲାଙ୍କୁ ଉତ୍ସାହିତ କରାଯିବ । ପ୍ରଦର୍ଶନୀ, ପ୍ରତିଯୋଗିତା, ପିତାମାତା ଓ ଅଭିଭାକଙ୍କ ବୈଠକ ହେବ । ମାତୃଭାଷାରେ ପୁସ୍ତକ ପଠନ କରିବେ । ଅନ୍ୟ ଭାରତୀୟ ଭାଷାର ଲିପିକୁ ବ୍ୟବହାର, ଅଭ୍ୟାସ ଓ ବିଶେଷ କରି ମାତୃଭାଷାର ଲିପି ଆଦି ନେଇ ଆଲୋଚନା କରାଯିବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!