ନୟାଗଡ଼, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ସରିଲା । ଓଡିଆ ଅସ୍ମିତାର ବିଜୟ ଘଟିଲା । ଅସ୍ମିତାର ଅର୍ଥ କଣ । ବିଧାନ ସଭାରେ ଉଠିଲା ଓଡିଆ ଅସ୍ମିତା କଥା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଶ୍ନ ପଚାରିଲେ ଓଡିଆ ଅସ୍ମିତା କ’ଣ । ଏହାର ବ୍ୟାଖ୍ୟା କରନ୍ତୁ ସରକାର । ଏହି କଥାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହେଲେ । ବିଧାନ ସଭାରେ ଲିଖିତ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ । ଓଡିଆ ଅସ୍ମିତାର ବ୍ୟାଖ୍ୟା ସରକାର କରନ୍ତୁ ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି । ଓଡିଆ ଅସ୍ମିତାର ବିଜୟ ଘଟିଛି । ଆପଣଙ୍କର ସରକାର ଆସିଛି । ଜନ ସାଧାରଣ ଆମକୁ ଅଧୀକ ଭୋଟ ଦେଇଛନ୍ତି । ତୁମକୁ କମ ଭୋଟ ଦେଇଛନ୍ତି କିନ୍ତୁ ସରକାର କରିଛ । ଆମର ପ୍ରଶ୍ନ ପଚାରିବାର ଅଧୀକାର ଅଛି ଓ ଉତ୍ତର ପାଇବାର ଅଧୀକାର ଅଛି । ଯେଉଁ ଓଡିଆ ଅସ୍ମିତା କହି ସରକାରକୁ ଆସିଛ ଏହାର ବ୍ୟାଖ୍ୟା କରିବା ଦରକାର । ମହାନଦୀ ସୁଖିଲା ପଡିଛି । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦାନ କରିଛନ୍ତି । ଏଥିରେ ଓଡିଶା ଲୋକ କ୍ଷତି ସହୁଛନ୍ତି । ବଂଶଧାରା, ସୁବର୍ଣ୍ଣରେଖା ନଦୀ ପ୍ରସଙ୍ଗ ନକହିବା ଭଲ । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ଏହା କ’ଣ ଓଡିଆ ଅସ୍ମିତା । ଅନ୍ୟ ରାଜ୍ୟକୁ ଡବଲ ଇଞ୍ଜିନ ସରକାର ଅର୍ଥ ଦେଉଛନ୍ତି । ଆମ ରାଜ୍ୟକୁ କ’ଣ ଦେଇଛ । ଏହା କ’ଣ ଓଡିଆ ଅସ୍ମିତା । ନବୀନ ସରକାର ସମୟରେ ବିଭିନ୍ନ ମଠ ମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ଟଙ୍କା ଅନୁଦାନ କରିଛନ୍ତି । ଏସରକାର କ’ଣ କରିଛି । ଲିଖିତ ଭାବେ ଓଡିଆ ଅସ୍ମିତାର ସରକାର ବ୍ୟାକ୍ଷା କରି ଉତ୍ତର ଦିଅନ୍ତୁ ବୋଲି ଅରୁଣ ଆଜି ବିଧାନ ସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।





