Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ହାଉସିଂ ବୋର୍ଡ

by ସଞ୍ଜୟ ସ୍ୱାଇଁ
May 31, 2025
in State
ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ହାଉସିଂ ବୋର୍ଡ
29
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ପ୍ରକଳ୍ପ ଯୋଗାଇବାକୁ ତତ୍କାଳୀନ ସରକାର ପଦକ୍ଷେପ ନେଇଥିଲେ। ଏଣୁ ଭୁବନେଶ୍ବର ପରେ ରାଉରକେଲାରେ ୧୯୭୭ ମସିହାରେ ବାସନ୍ତୀକଲୋନିରେ ସ୍ଥାପିତ ହୋଇଥିଲା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍ଏଚ୍ବି)ର ପ୍ରକଳ୍ପ କାର୍ଯ୍ୟାଳୟ। ପରବର୍ତ୍ତୀ ସମୟରେ ବାସନ୍ତୀକଲୋନି ଓ ଛେଣ୍ଡ୍ରେ ବାସଗୃହ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଶେଷଥର ପାଇଁ ୨୦୦୪ ମସିହାରେ କାର୍ଯ୍ୟାଳୟ ପକ୍ଷରୁ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଲାଣି, କିନ୍ତୁ ନୂଆ ପ୍ରକଳ୍ପ ପାଇଁ ଉଦ୍ୟମ କରାଯାଉନି। କାର୍ଯ୍ୟାଳୟ ଏବେ କେବଳ ନାଁରେ ସୀମିତ ରହିଥିବାରୁ ହିତାଧିକାରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାସ୍ତବରେ ଏହି ପ୍ରକଳ୍ପ କାର୍ଯ୍ୟାଳୟ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ଉଭୟ ଛେଣ୍ଡ୍ ଓ ବାସନ୍ତୀକଲୋନିରେ ହାଉସିଂ ବୋର୍ଡର ୬ ହଜାର ଘର ଥିବାବେଳେ ଏଠାରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ତେବେ ହିତାଧିକାରୀମାନଙ୍କୁ ସର୍ବନିମ୍ନ ସୁବିଧାସୁଯୋଗ ବି ମିଳୁନି। କାର୍ଯ୍ୟାଳୟ ବର୍ତ୍ତମାନ ପଙ୍ଗୁ ପାଲଟିଯାଇଥିବାରୁ ଘର କିଣାବିକା, ଘରର ମାଲିକାନା ପରିବର୍ତ୍ତନ, ଏନ୍ଓସି, ପଞ୍ଜୀକରଣ ଆଦି ପାଇଁ ନାକେଦମ୍ ହେବାକୁ ପଡ଼ୁଛି। ଏସବୁ କାମ ପାଇଁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି। ଯଦ୍ବାରା ଉଭୟ ଆର୍ଥିକ ଓ ମାନସିକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଏମିତିକି କାର୍ଯ୍ୟ ସମ୍ପନ୍ନ ପାଇଁ ଅଯଥା ବିଳମ୍ବ ହେଉଥିବାରୁ ଏମାନଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହେଉଛି। ବିଡ଼ମ୍ବନା, ଏ ପର୍ଯ୍ୟନ୍ତ ମାଲିକଙ୍କୁ ଘରର ଜମି ପଟ୍ଟା ମିଳିପାରିନି। ଯଦ୍ବାରା ଜମି ଓ ଘର ପଞ୍ଜୀକରଣ ସମ୍ଭବ ହେଉନି। ଉଲ୍ଲେଖଯୋଗ୍ୟ, ୧୯୯୦ ମସିହାରେ ହିତାଧିକାରୀ ହାଉସିଂ ବୋର୍ଡରୁ ଜମି ନେଇ ଘର ତିଆରି କରିଛନ୍ତି। ପାଖାପାଖି ୩୫ ବର୍ଷ ବିତିସାରିଥିବା ସତ୍ତ୍ବେ ସେମାନଙ୍କ ନାଁରେ ଜମି/ବାସଗୃହ ପଞ୍ଜୀକରଣ ହୋଇପାରିନି। ଅର୍ଥାତ୍, ହିତାଧିକାରୀ ଏଯାଏ ନିଜ ଘରର ମାଲିକ ହୋଇପାରିନାହାନ୍ତି। ପ୍ରକୃତରେ ପ୍ରକଳ୍ପ କାର୍ଯ୍ୟାଳୟର ଅଚଳାବସ୍ଥା ହିଁ, ସମସ୍ୟାର ମୂଳ କାରଣ। ଦିନଥିଲା ଏହି ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ଡିଭିଜନାଲ ଇଞ୍ଜିନିୟରଙ୍କ ସମେତ ପ୍ରାୟ ୨୫ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ଏବେ କିନ୍ତୁ ଏଥିରେ ହ୍ରାସ ଘଟି ସଂଖ୍ୟା ୪ରେ ପହଞ୍ଚିଛି। ଅଧିକାରୀ, କର୍ମଚାରୀ ନିଯୁକ୍ତିକରି ପୂର୍ଣ୍ଣ କାର୍ଯ୍ୟକ୍ଷମ ହାଉସିଂ ବୋର୍ଡ କାର୍ଯ୍ୟାଳୟ ପାଇଁ ଦୀର୍ଘଦିନ ହେଲା ଦାବି ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଏହି କାର୍ଯ୍ୟାଳୟ ଲାଗିରହିଥିବା ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବାବେଳେ ଅପରପଟରେ ନୂଆ ବାସଗୃହ ପ୍ରକଳ୍ପ ନିର୍ମାଣ, ଆଶା କରାଯାଇନପାରେ। ଅବଶ୍ୟ, ଦୁଇବର୍ଷ ପୂର୍ବେ ୯ ମହଲା ବିଶିଷ୍ଟ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ବିଭାଗ ଯୋଜନା କରିଥିଲା। କାର୍ଯ୍ୟାଳୟ ପରିସରରେ ଥିବା ପ୍ରାୟ ୫୦ ଡିସିମିଲ୍ ଜମିରେ ୯ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ। ତଳ ମହଲାରେ ହାଉସିଂ ବୋର୍ଡ କାର୍ଯ୍ୟାଳୟ ସ୍ଥାପନ ଓ ଉପରମହଲାରେ ବାସଗୃହ ଯୋଗାଇବାକୁ ଯୋଜନା ରହିଥିଲା। ତେବେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ନିର୍ଦ୍ଦିଷ୍ଟ କେବେ ଏହି ପ୍ରକଳ୍ପର ଭାଗ୍ୟ ଫିଟିବ ତାହା ଅସ୍ପଷ୍ଟ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!