ନୟାଗଡ଼, (ବାଘୁଆବାର୍ତ୍ତା): ଗୋଆ ରେ ଚାଲିଥିବା ଜାତୀୟ କ୍ରୀଡାର ସମରକଳା ପ୍ରତିଯୋଗିତା ରେ ଓଡିଶାର ୧୫ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ । ସେଥି ମଧ୍ୟରୁ ଓଡିଶା ର କୁନ୍ଦା ମାଝୀ କେ୧ ରେ ରୌପ୍ୟ, ପରୱେନୀ ଆସିଫ ଆରୋ ସ୍କ୍ୱାଏ ରେ ରୌପ୍ୟ, ମିନତୀ ସାହୁ ୬୨ କେଜି ରେ ବ୍ରୋଞ୍ଜ, ଦିଲ ଅଫରୋଜ଼ +୭୪ କେଜି ରେ ବ୍ରୋଞ୍ଜ, ବର୍ଷା ରାଣୀ ସାହୁ କେ୨ ରେ ବ୍ରୋଞ୍ଜ ଏବଂ କୀର୍ତି ମାଳିନୀ ଧୀର ସାମନ୍ତ, କୁନ୍ଦା ମାଝୀ, ପରୱେନି ଆସିଫ ଗ୍ରୁପ ଏରୋ ସ୍କ୍ୱାଏ ରେ ବ୍ରୋଞ୍ଜ ମେଡାଲ ହାସଲ କରି ସଫଳତା ହାସଲ କରିଛନ୍ତି । ଓଡିଶା ଟିମ୍ରେ ସ୍ଵତା ସ୍ଵାଗତିକା ସାହୁ, କରିସ୍ମା ପରୱେନି, ନାଜ଼ାରାନା ପରୱେନି, ସୁପ୍ରଭା ସେଠି, ଆସିଫା ଖାତୁନ, ସ୍ଵାଗତିକା ପାତ୍ର, ଚନ୍ଦନ ଦାସ ସୌମ୍ୟରଂଜନ ନାୟକ, ପରୱାନା ପାରବୀନ, ସୋୟାମଶ୍ରୀ ଷଡ଼ଙ୍ଗୀ ଭାଗ ନେଇଥିଲେ । ଟିମ ସହ ପ୍ରଶିକ୍ଷକ ଭାବେ ମହମଦ ସରିଫ, ସିରାଜ ଖାନ, ୟାସ୍ମିନ ବେଗମ ଏବଂ କ୍ରୀଡ଼ା ସହଯୋଗୀ ଭାବେ ଫିରାସାତ ଖାନ,ସୁଶାନ୍ତ କୁମାର ସିନ୍ହା ଓ ଯୋଗେଶ୍ୱର ବେହେରା ଅଂଶ ଗ୍ରହଣ କରିଥିଲେ । ସ୍କ୍ୱାଏ ଆଶୋସିଏସନ ଓଡିଶା ର ସମ୍ପାଦକ ଏସ କେ ସାଲାଉଦ୍ଦିନ ଟିମ ର ମୁଖ୍ୟ ଭାବେ ଯୋଗ ଦେଇଥିଲେ । ଟିମକୁ ଭୁବନେଶ୍ୱର ବିମାନବନ୍ଦରେ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ତରଫରୁ ଟିମ କୁ ଉଚ୍ଚ ପଦାଧିକାରୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।






