Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ସାହିତ୍ୟର ଯୁଗ ପ୍ରବର୍ତ୍ତକ କବି ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

by ସଞ୍ଜୟ ସ୍ୱାଇଁ
December 2, 2024
in NATIONAL NEWS, State
ଓଡ଼ିଆ ସାହିତ୍ୟର ଯୁଗ ପ୍ରବର୍ତ୍ତକ  କବି ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର
103
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ସୃଜନୀ ପରିବାର, ଚେନ୍ନାଇ ଆନୁକୂଲ୍ୟରେ ଓଡିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମୀ ବିଶେଷଜ୍ଞ,ଓଡ଼ିଆ ସାହିତ୍ୟର ଯୁଗ ପ୍ରବର୍ତ୍ତକ କବି ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ସହ ସମର୍ପିତ ସ୍ମୃତି-ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ କବି ତଥା ବରେଣ୍ୟ ଉଦ୍ଘାଟକ ଶ୍ରୀଯୁକ୍ତ ଅମରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ସଭାମୁଖ୍ୟ ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର ଏବଂ କବି ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶନୀ ମହାନ୍ତି ଆଦି ସଭାରେ ଉପସ୍ଥିତ ରହି ପ୍ରାଜ୍ଞପୁରୁଷ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଗୁରୁପ୍ରସାଦ ମହାନ୍ତି ଙ୍କ ସାରସ୍ୱତ ସୃଷ୍ଟି ଓ ଯାତ୍ରା ସହ ଓଡ଼ିଆ ସାହିତ୍ୟର ବିବର୍ତ୍ତନରେ କବିଙ୍କ ଅବଦାନ ପ୍ରସଙ୍ଗରେ ଆଲୋଚନା କରିଥିଲେ I ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକ ଯୁଗର ଆରମ୍ଭ ହେବାବେଳକୁ ଇଲିୟଟ୍, ସେଲିଙ୍କ ଭଳି ବିଶ୍ଵବିଦିତ ଦାର୍ଶନିକ କବିମାନଙ୍କ ଦର୍ଶନର ଭାବ ଓଡ଼ିଆ ସାହିତ୍ୟରେ ପ୍ରଭାବ ପରିଲକ୍ଷିତ ହୋଇଥିଲା ଯାହାକି କାବ୍ୟ ବିଚାର ଓ ସର୍ଜନା କ୍ଷେତ୍ରରେ କବିର ତତ୍ତ୍ଵଦର୍ଶନ ସହ ତଦବହିତ କାବ୍ୟିକ ସାର୍ଥକତା ବିଶେଷ ଭାବରେ ପରିଲିକ୍ଷିତ ହୋଇଉଠିଥିଲା । ଏହି କ୍ଷେତ୍ରରେ ବିଶେଷ ଗୌରବ ପାଇଥିଲେ କବି ଗୁରୁପ୍ରସାଦ ମହାନ୍ତି I ସାହିତ୍ୟ ସାଧକ ଗୁରୁପ୍ରସାଦ ମହାନ୍ତି ଥିଲେ ଜଣେ ମାନବ ପ୍ରେମୀ ମଣିଷ ଯାହାକି ତାଙ୍କ ସାରସ୍ୱତ ସୃଷ୍ଟିରେ ତାଙ୍କୁ ମାନବବାଦ ସ୍ରଷ୍ଟା ରୂପେ ଖ୍ୟାତି ଦେଇପାରିଛି I ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର କୈଳାଶ ବାଣ୍ଠ, ହିନ୍ଦୀ ସାହିତ୍ୟିକା ତଥା ପ୍ରାଧ୍ୟାପିକା ଡ଼କ୍ଟର ଅଞ୍ଜୁମନ୍ ଆରା ,ଗାଳ୍ପିକ ତଥା ଅଧ୍ୟାପକ ଡ଼କ୍ଟର ପ୍ରଣବାନନ୍ଦ ପାଟ୍ଟଯୋଶୀ ,ସାହିତ୍ୟିକା ତଥା ଅଧ୍ୟାପିକା ଡ଼କ୍ଟର ସଂଘମିତ୍ରା ଭଞ୍ଜ, ସାହିତ୍ୟିକା (ବହୁଭାଷୀ ) ତଥା ଅନୁବାଦିକା ଶ୍ରୀମତୀ ପାରମିତା ଷଢଙ୍ଗୀ,ସାହିତ୍ୟିକ ତଥା ଅଧ୍ୟାପକ କୈଳାଶ ଚନ୍ଦ୍ର ସାହାଣୀ ଏବଂ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼କ୍ଟର କମଳାକୃଷ୍ଣ ତ୍ରିପାଠୀ ଆଦି ସଭାରେ ଉପସ୍ଥିତ ରହି ଗୁରୁପ୍ରସାଦ ମହାନ୍ତି ଙ୍କ ଜୀବନ ଯାତ୍ରାରେ ସାହିତ୍ୟ ସହ ସମାଜ ପ୍ରତି ଥିବା ଏକନିଷ୍ଠତା ,ଅଙ୍ଗିକାରବଦ୍ଧତା କୁ ପ୍ରସଙ୍ଗ କରି ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I

ପ୍ରଥିତଯଶା ସାହିତ୍ୟିକ ଗୁରୁପ୍ରସାଦ ମହାନ୍ତି ତାଙ୍କ ସାହିତ୍ୟ କୃତି ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ମଧ୍ୟ ସେ ଥିଲେ ସମସ୍ତ ସମ୍ମାନର ଉର୍ଦ୍ଧରେ ଏହି ବିଷୟରେ ସୃଜନୀ ପରିବାରର ଉପଦେଷ୍ଟା ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ନିଜ ନିଜ ମତ ପ୍ରଦାନ କରିବା ସହ କିପରି ଗୁରୁପ୍ରସାଦ ମହାନ୍ତି ଙ୍କ ଅମର ସାହିତ୍ୟ କୃତିକୁ ସୁରକ୍ଷା ଦେଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ I ସୃଜନୀ ପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ଏବଂ ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ରଙ୍କ ସହ ସୁଦୂର ଆମେରିକାରେ ଅବସ୍ଥାପିତ କରୁଥିବା ଶ୍ରୀମତୀ ଚନ୍ଦ୍ରା ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା I ପ୍ରସାରଭାରତୀର କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ,ଇଂ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ସଂଗୀତ ପରିବେଷଣରେ ସଭା ସଂଗୀତମୟ କରିବା ସହ ଉଭୟ କଣ୍ଠଶିଳ୍ପୀ ହୋତା ମହୋଦୟଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ସଂଯୋଜିକା ତଥା ସଂଚାଳିକା ଶ୍ରୀମତୀ ସୁମତି ମୁଣ୍ଡଙ୍କ ସଭା ସଂଚାଳନ ସହ ସୃଜନୀର ସମ୍ପାଦକ ଶ୍ରୀ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ କବି ଗୁରୁପ୍ରସାଦ ମହାନ୍ତିଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖିପାରିବ ଏହି ମତ ସହ ସଭା ସାଙ୍ଗ ହୋଇଥିଲା I

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!