Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାର ବେଳାଭୂମି ହେବ ଗୋଆ ବିଚ, ଶୁଖିଲା ବେଳାଭୂମି ଏବେ ରଙ୍ଗୀନ ଲାଗିବ

by ସଞ୍ଜୟ ସ୍ୱାଇଁ
July 11, 2021
in Planning and Development, State
ଓଡିଶାର ବେଳାଭୂମି ହେବ ଗୋଆ ବିଚ, ଶୁଖିଲା ବେଳାଭୂମି ଏବେ ରଙ୍ଗୀନ ଲାଗିବ
225
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଦଳିବ ଓଡ଼ିଶା ବେଳାଭୂମିର ରୂପ। ସୌଖୀନ ଖାଦ୍ୟ ସାଙ୍ଗକୁ ଜମିବ ନାଚ ଗୀତର ଆସର। ସୁରା ପାନ ସହ ମନରୋଞ୍ଜନର ଭରପୁର ମଜା ନେବେ ପର୍ୟ୍ୟଟକ। ଶୁଖିଲା ବେଳାଭୂମି ଏବେ ରଙ୍ଗୀନ ଲାଗିବ। ଏମିତି କିଛି ପରିକଳ୍ପନା ନେଇ ଓଡ଼ିଶାର ବେଳାଭୂମିକୁ ଗୋଆ ବିଚର ଟଚ୍ (ଛାପ) ଦେବାକୁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ସମୁଦ୍ର ବେଳାଭୂମିରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଙ୍ଗୀତ ସହ ସୁସ୍ୱାଦୁ ଖାଦ୍ୟ ଏବଂ ମୃଦୁ ପାନୀୟର ବ୍ୟବସ୍ଥା ହେବ। ରାଜ୍ୟରେ ମୋଟ୍ ୬ଟି ବେଳାଭୂମିରେ ଝୁମ୍ପୁଡି ତିଆରି କରିବା ପାଇଁ ଓଟିଡିସି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏହି ନିଷ୍ପତ୍ତି ଶନିବାର ନିଆଯ।ଇଛି। ତେବେ ଝମ୍ପୁଡି ପରିଚାଳନା ପାଇଁ ଓଟିଡିସି ଟେଣ୍ଡର ଆହ୍ୱାନ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଯେଉଁସବୁ ସମୁଦ୍ର ବେଳାଭୂମିରେ ଏହି ଝମ୍ପୁଡି ତିଆରି ହେବ ସେଗୁଡ଼ିକ ହେଲା ପୁରୀ-କୋଣାର୍ଜ ମେରାଇନ୍ ଡ୍ରାଇଭ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି, ବାଲେଶ୍ୱର ଜିଲ୍ଲାର ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର, ଜଗତତ୍ସିଂହପୁର ଜିଲ୍ଲାର ପାରାଦୀପରେ, ଗଞ୍ଜାମ ଜିଲ୍ଲାର ପତି ସୋନାପୁର। ଶନିବାର ରାଜ୍ୟ ପର୍ୟ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କେବେଳ ବାହାର ପର୍ୟ୍ୟଟକ ନୁହେଁ ବରଂ ସ୍ଥାନୀୟ ପର୍ୟ୍ୟଟକ ମଧ୍ୟ ମଜା ନେଇ ପାରିବେ ବୋଲି କହିଛନ୍ତି। ଯଦି ଏହି ସେବା ପ୍ରତି ଲୋକଙ୍କର ଆଗ୍ରହ ବଢିବ ତାହେଲେ ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ଏହି ସେବା ଖୋଲାଯିବ ବୋଲି ସେ କହିଛନ୍ତି। ସେହିପରି ପର୍ୟ୍ୟଟନ ବିଭାଗ ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ସହିତ ପରାମର୍ଶ କରି ଏହି ବେଳାଭୂମି ପାଖରେ ହାଟ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରାଯାଇଛି ବୋଲି ବିଶାଲ ଦେବ କହିଛନ୍ତି। ଯାହାକୁ ତିନି ବର୍ଷ ପାଇଁ ଲିଜ୍ ଆଧାରରେ ଆବଣ୍ଟନ କରାଯିବ। ଏହି ସବୁ ସ୍ଥାନକୁ ବିଦ୍ୟୁତ୍, ଜଳ ଏବଂ ସ୍ୱରେଜ୍ ବ୍ୟବସ୍ଥା ଯୋଗାଇ ଦେବେ ରାଜ୍ୟ ସରକାର। ତେବେ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ଅସ୍ଥାୟୀ ମଦ ଦୋକାନ ରହିବ। ଏହି ମଦ ଦୋକାନ ଝୁମ୍ପୁଡି ଭିତରେ ରହିବ। ଯିଏ ଝୁମ୍ପୁଡିରେ ନାଚ, ଗୀତ ସହିତ ସୁସ୍ୱାଦୁ ଖାଦ୍ୟର ମଜା ନେବେ ସେମାନେ ହିଁ ଏହି ମଦ କିଣିପାରିବେ। ଏଥିପାଇଁ ଅବକାରୀ ବିଭାଗ ଅନୁମତି ଦେଇଥିବା ସୂଚନା ରହିଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!