Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

by ସଞ୍ଜୟ ସ୍ୱାଇଁ
June 5, 2020
in Planning and Development
ସଙ୍ଗରୋଧ କେନ୍ଦ୍ରରେ ୨ହଜାର ଲୋକଙ୍କୁ ଖାଦ୍ୟଦେଲା ରୋଟାରୀ କ୍ଲବ୍‌
69
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ ଫ୍ରାଞ୍ଚାଇଜ୍ ନୟାଗଡ଼ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଡିଫ୍‌କୋ ଅଧିନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଫ୍ରାଞ୍ଚାଇଜ୍ ଅଧିନରେ ସେସୁରେ କାର୍ଯ୍ୟ କରୁଥିବା ରାଜ୍ୟର ୮ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତାକୁ ଦେଖି ଚାକରିରେ ସ୍ଥାୟୀ ନିଯୁକ୍ତି କରାଯିବା ଦାବି ରଖାଯାଇଛି । ଏଥିସହିତ କୋଭିଡ୍‌-୧୯ ପରିସ୍ଥିତିରେ ଯେତେବେଳେ କେନ୍ଦ୍ର ସରକାର କୌଣସି କର୍ମଚାରିଙ୍କୁ ଜୀବିକା ନହରାଇବାର ଆହ୍ୱାନ ଦେଇଛନ୍ତି ସେହି ସମୟରେ ଚାକିରିରୁ ଛଟେଇ ପାଇଁ ନୋଟିସ୍ କରାଯାଇଛି । ରାଜ୍ୟ ସରକାର ଫେରନ୍ତା ପ୍ରବାସୀମାନଙ୍କୁ କାମ ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲ୍ଲାରେ କାର୍ଯ୍ୟରତ ଫେଡ୍‌କୋ କର୍ମଚାରୀମାନଙ୍କୁ ଛଟେଇ କରିବା ନିନ୍ଦନୀୟ ବୋଲି ଦାବି କରିଛନ୍ତି । ଅଧିକାଂଶ କର୍ମଚାରୀ ୧୦ରୁ ୧୨ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ନୂତନ ଚାକିରି ପାଇଁ ସେମାନଙ୍କର ବୟସ ମଧ୍ୟ ହରେଇ ସାରିଲେଣି । ଏଭଳି ସମୟରେ ଛଟେଇ ନକରିବାକୁ ସଂଘ ଦାବି କରିଛି । ସେସୁ କର୍ମଚାରୀମାନେ ବହୁଦିନ ଧରି କାର୍ଯ୍ୟରୁ ନିବୃତ୍ତ ରହିଥିଲେ । ସେମାନଙ୍କୁ ଟାଟା ଗ୍ରହଣ କରି ସ୍ଥାୟୀ ଚାକିରି ପାଇଁ ସୁଯୋଗ ଦେଉଥିବା ବେଳେ ଫ୍ରାଞ୍ଚାଇଜ୍ କର୍ମଚାରୀମାନଙ୍କୁ ସେଥିରେ ସାମିଲ କରାଯାଉନାହିଁ । ସେସୁ ଅଧିନରେ ଅନ୍ୟ ଫ୍ରାଞ୍ଚାଇଜ୍ କର୍ମଚାରିମାନଙ୍କୁ ଚାକିରି ପାଇଁ ବିଚାରକୁ ନିଆଯାଉଥିବା ସ୍ଥଳେ ଫେଡକୋ କର୍ମଚାରୀମାନଙ୍କୁ କାହିଁକି ସେଥିରୁ ନିବୃତ୍ତ କରାଯାଉଛି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଫେଡକୋ କର୍ମଚାରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଫ୍ରାଞ୍ଚାଇଜ୍ ସଂସ୍ଥା ହେଉ ଅଥବା ଟାଟା ପାୱାରରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି । ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଏବଂ ଅନେକ କର୍ମଚାରୀ ସାରା ଜୀବନ ବିକଳାଙ୍ଗ ହୋଇଛନ୍ତି । ସେମାନଙ୍କର ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଫେଡ୍‌କୋ କର୍ମଚାରୀମାନଙ୍କୁ ଚାକିରିରୁ ନହଟାଇବା ପାଇଁ ନୟାଗଡ଼ ଶାଖା ପକ୍ଷରୁ ଶିଲାଦିତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ନୟାଗଡ଼ ଡିଭିଜନ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ବିଚାରକୁ ନନେଲେ ରାଜ୍ୟ ସଂଘ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!