Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଓଡ଼ିଶା ପୁଲିସ ସଂଘର କର୍ମକର୍ତ୍ତା ନିର୍ବାଚନ

by ସଞ୍ଜୟ ସ୍ୱାଇଁ
May 11, 2025
in State
ଆଜି ଓଡ଼ିଶା ପୁଲିସ ସଂଘର କର୍ମକର୍ତ୍ତା  ନିର୍ବାଚନ
116
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆଜି ଓଡ଼ିଶା ପୁଲିସ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ୩୬ ଟି ପୁଲିସ ଜିଲ୍ଲା ସମେତ କ୍ରାଇମ୍ବ୍ରାଞ୍ଚ୍, ଭିଜିଲାନ୍ସ, ସ୍ପେସାଲ୍ ବ୍ରାଞ୍ଚ୍, ପୁଲିସ ମୋଟର ପରିବହନ, ପୁଲିସ ଟ୍ରେନିଂ ସ୍କୁଲ୍, ଟ୍ରେନିଂ କଲେଜ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟରୁ ଚୟନ ହୋଇଥିବା ପ୍ରାୟ ୩ ଶହ ଡେଲିଗେଟ୍ସ୍ ବକ୍ସିବଜାରଠାରେ ଥିବା ସଂଘ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ପ୍ରଥମେ ନିଜ ନାମ ପଞ୍ଜିକରଣ (ରେଜିଷ୍ଟ୍ରେସନ) କରାଇବେ । ପଞ୍ଜିକୃତ ଡେଲିଗେଟ୍ସ୍ମାନେ ୧୫ ଜଣ କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହୀ ସଦସ୍ୟ(ସେଣ୍ଟ୍ରାଲ ଏକ୍ଜକ୍ୟୁଟିଭ) ତଥା ସିଇସି ମେମ୍ବର ବାଛିବେ । ସିଇସି ମେମ୍ବରମାନେ ଅଫିସ କର୍ମକର୍ତ୍ତାଙ୍କୁ ବାଛିବେ । ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ଆବାହକ, ଯୁଗ୍ମ ସମ୍ପାଦକ-୧, ୨ ଓ ସଂଗଠନ ସମ୍ପାଦକ ଏପରି ମୋଟ ୭ ଟି ପଦବି ପାଇଁ ଆସନ୍ତାକାଲି ନମାଙ୍କନ ପତ୍ର(ନୋମିନେସନ୍) ଦାଖଲ ହେବ । ଗୋଟିଏ ଦିନରେ ପ୍ରାର୍ଥିପତ୍ର ଦାଖଲଠାରୁ ଆରମ୍ଭ କରି ପ୍ରାର୍ଥିପତ୍ର ପ୍ରତ୍ୟାହାର, ଯାଞ୍ଚ୍ ଓ ନିର୍ବାଚନ ହେବା ସହ ଫଳାପଳ ମଧ୍ୟ ଘୋଷଣା ହେବ ବୋଲି ପୁଲିସ ଅଫିସରମାନଙ୍କଠାରୁ ସୂଚନା ମିଳିଛି । ସଭାପତି ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି । ଏଥିରେ ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ ଏଏସ୍ଆଇ, ଏସ୍ଆଇ ଓ ଇନ୍ସପେକ୍ଟରମାନେ ସିଧାସଳଖ ମତଦାନ ଲାଗି ବ୍ୟବସ୍ଥା ରହିଛି । ତେବେ ନିର୍ବାଚିତ ସିଇସି ମେମ୍ବର ଓ ଅଫିସ କର୍ମକର୍ତ୍ତମାନେ ହିଁ ସଭାପତି ନିର୍ବାଚନ ଲାଗି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ନିର୍ବାଚିତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ନିଷ୍ପତ୍ତି ଉପରେ ସଭାପତି ନିର୍ବାଚନ ନିର୍ଭର କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ନିର୍ବାଚନ ପରିଚାଳନା ଲାଗି ରାଜ୍ୟ ପୁଲିସ ମୁଖ୍ୟାଳୟ ଏସ୍ପି ତପନ କୁମାର ଦାସଙ୍କୁ ଡିଜିପି ନିୟୋଜିତ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!