କଟକ, (ବାଘୁଆବାର୍ତ୍ତା): ଆଜି ଓଡ଼ିଶା ପୋଲିସ ପାଳନ କରୁଛି ଏହାର ୬୨ ତମ ସହିଦ ଦିବସ। ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ଆୟୋଜନ ହୋଇଛି । ଚଳିତ ବର୍ଷ ସହିଦ ହୋଇଥିବା ୨୬ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଉତ୍ସବରେ ପୋଲିସ ଡିଜିଙ୍କ ସହ କାର୍ୟ୍ୟ ରତ ସମସ୍ତ ବରିଷ୍ଠ ଆଇପିଏସ ଯୋଗ ଦେଇଛନ୍ତି। ପୋଲିସ ବ୍ରାସ ବ୍ୟାଣ୍ଡ ଜରିଆରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଆଇପିଏସ ଅଧିକାରୀ ।






