Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜ୍ଞାନଯଜ୍ଞ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଜରୁରୀ-ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
June 10, 2020
in Education
ଜ୍ଞାନଯଜ୍ଞ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଜରୁରୀ-ରାଜ୍ୟପାଳ
31
VIEWS
Share on FacebookShare on Twitter

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ବିଶ୍ୱବିଦ୍ୟାଳୟ ଉପଯୁକ୍ତ ମାର୍ଗ ଆପଣେଇବା ଏକ ଉଲ୍ଲେଖଯୋଗ୍ୟ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହକୁ ଅନ୍‌ଲାଇନ୍‌ ଯୋଗେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ତଥା କୁଳାଧିପତି କହିଲେ ଯେ କୌଣସି ସମସ୍ୟାର ସମାଧାନ ନିମନ୍ତେ ବ୍ୟାପକ ସଚେତନତା ଆବଶ୍ୟକ । ଏହି ସଚେତନତା ପ୍ରଜ୍ଞା ଆଧାରିତ ହେବା ସହ ଆଲୋକକୁ ପଥ ଉନ୍ମୁକ୍ତ କରିବା ଦରକାର । ସଂପ୍ରତି ବିଶ୍ୱ ମହାମାରୀ କୋଭିଡ୍‌ର ଭୟାବହତା ପରିପ୍ରେକ୍ଷୀରେ ଏହାର ବିଶେଷ ତାତ୍ପର୍ଯ୍ୟ ରହିଛି । ଜ୍ଞାନଯଜ୍ଞ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ନ୍ୟାସନାଲ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମେଣ୍ଟାଲ୍‌ ହେଲଥ୍‌ ଆଣ୍ଡ ନୁ୍ୟରୋସାଇନ୍ସ, ବେଙ୍ଗାଲୁରୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ କୋଭିଡ୍‌-୧୯ ସମୟରେ ମନସ୍ତାତ୍ତ୍ୱିକ ସେବା ସଂପର୍କିତ ପ୍ରଶିକ୍ଷଣ ମଡୁ୍ୟଲ୍‌ ଉନ୍ମୋଚିତ ହୋଇଥିଲା । ରାଜ୍ୟପାଳ ଭିମ୍‌ସାର୍‌ ସହାୟତାରେ ପ୍ରସ୍ତୁତ ‘କୋଭିଡ୍‌ ଯୁଦ୍ଧଜ୍ଞାନ’ ପ୍ରଶିକ୍ଷଣ ମଡୁ୍ୟଲ୍‌ ଏବଂ ‘ପବ୍ଲିକ୍‌ ଲାଇବ୍ରେରି ଆଣ୍ଡ ଡିଜିଟାଲ୍‌ ଡିଭାଇଡ୍‌’ ଏବଂ ‘ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରୋଫାଇଲ୍‌ ୨୦୨୦’କୁ ଉନ୍ମୋଚନ କରିଥିଲେ । କଳୁ ପତି ଡ. ଶ୍ରୀକା; ମହାପାତ୍ର, ନିମ୍‌ହାନ୍ସ, ବେ ଙ୍ଗ ।ଲୁରୁର କୁଳ ସଚିବ ସେକର
କେ. ଏବଂ ଭିମ୍‌ସାରର ନିର୍ଦ୍ଦେଶକ ଡ. ଲଳିତ କୁମାର ମେହେର କରୋନାକାଳୀନ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!