Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ସଶକ୍ତିକରଣରେ ଆଉ ପାଦେ ଆଗକୁ ଓଡିଶା

by Anil Panda
June 5, 2020
in Politics
ମହିଳା ସଶକ୍ତିକରଣରେ ଆଉ ପାଦେ ଆଗକୁ ଓଡିଶା
11
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ମହିଳା ସଶକ୍ତିକରଣ ତଥା ପରିମଳ କ୍ଷେତ୍ରରେ ଲିଙ୍ଗଗତ ସମତା ଉଦାହରଣ ସୃଷ୍ଟି କରିଛି ବୋଲି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱଚ୍ଛତା ଶକ୍ତି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ, ପାନୀୟ ଜଳ , ଗୃହ ନିର୍ମାଣ ତଥା ନଗର ଉନ୍ନୟନ ଏବଂ ଆଇନ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଗୃହ ନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ରକ୍ଷଣାବେକ୍ଷଣର ଭାର ସଂପୃକ୍ତ ପୈାରସଂସ୍ଥା ଦ୍ୱାରା ଚାରୋଟି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ନ୍ୟସ୍ତ କରିବା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବ୍ରହ୍ମପୁର ମହାନଗର ନିଗମ, କଟକ ମହାନଗର ନିଗମ ତଥା ସମ୍ବଲପୁର ମହାନଗର ନିଗମ ସହିତ ବାରିପଦା ପୈାର ପାଳିକାରେ ଥିବା ପ୍ଲାଣ୍ଟ ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଗରୁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜନ ଶୈାଚାଳୟ ତଥା ଗୋଷ୍ଠୀ ଶୈାଚାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟକରି ଆସୁଛନ୍ତି । ତେବେ ପ୍ରଥମକରି ବିଭାଗ ତରଫରୁ ଯଥେଷ୍ଟ ପ୍ରସ୍ତୁତି ସହ ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଗୋଷ୍ଠୀକୈନ୍ଦ୍ରିକ ପରିମଳ ସେବା କେବଳ ଯେ ଗୋଷ୍ଠୀ ସହଭାଗିତାକୁ ସୁନିଶ୍ଚିତ କରାଏ, ତାହା ନୁହେଁ, ବରଂ ପରିମଳ ବ୍ୟବସ୍ଥାକୁ ନିରନ୍ତର ଚଳାଇ ରଖିବା ସମ୍ଭବ ହୋଇଥାଏ ବୋଲି ବୈଠକରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥି ଭାଥନନ୍ କହିଛନ୍ତି । ସ୍ୱୟଂ ସହାୟ ଗୋଷ୍ଠୀମାନଙ୍କର ଚୟନ ପ୍ରକ୍ରିୟାରେ ସେମାନଙ୍କ ଔଦ୍ୟୋଗିକ ଦକ୍ଷତା, ଅର୍ଥ ଦେଣନେଣର ପୁର୍ବ ଅନୁଭବ ତଥା ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବାର ଇଚ୍ଛାଶକ୍ତିକୁ ମାନକ ଭାବରେ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି । ସ୍ୱଂୟ ସହାୟକ ଗୋଷ୍ଠୀ ସହ ଏହି ଚୁକ୍ତିନାମା ଦ୍ୱାରା ପ୍ଲାଣ୍ଟର ଦୈନନ୍ଦିନ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଗୋଷ୍ଠୀମାନଙ୍କ ହାତରେ ନ୍ୟସ୍ତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଯଦିଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଲିମ ପ୍ରାପ୍ତ ତଥାପି ସରକାରଙ୍କ ତରଫରୁ ପୈାର ସଂସ୍ଥାର ବୈଷୟିକ ଅଧିକାରୀ ଗଣ ସମସ୍ତ ୪ଟି ପ୍ଲାଣ୍ଟରେ କାର୍ଯ୍ୟରତ ଗୋଷ୍ଠୀର ସଦସ୍ୟମାନଙ୍କୁ ଦୈନନ୍ଦିନ ଭିତ୍ତିରେ ସହଯୋଗ ତଥା ମାଗଦର୍ଶନ କରିବେ ବୋଲି ପ୍ରମୁଖ ଶାସନ ସଚିବ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୁଚନା ଯୋଗ୍ୟଯେ, ଓଡିଶାରେ ଏବେ ୧୦ଟି ସେପ୍ଟେଜ୍‌ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଦ୍ୟାବଧି କାର୍ଯ୍ୟରତ ଅଛି । ଭବିଷ୍ୟତରେ ଆଉ ୮୦ ବା ତଦୁର୍ଦ୍ଧ୍ୱ ପ୍ଲାଣ୍ଟ ଣ୍ଟ ସ୍ଥାପନ କରାଯାଇ ରାଜ୍ୟର ୧୧୪ ପୈାର ସଂସ୍ଥାରେ ମଳ ପରିଚାଳନାକୁ ସୁଦୃଢ଼ କରାଯିବ । ତେବେ ସମସ୍ତ ପ୍ଲାଣ୍ଟରେ ସ୍ୱଂୟ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାର ଯୋଜନା ରହିଛି । ବ୍ରହ୍ମପୁର ମହାନଗର ନିଗମ ସହ ଜଡିତ ହୋଇ ପରିମଳ କାର୍ଯ୍ୟକୁ ଆଗକୁ ନେବାରେ ଆମ ସିଏଲଏଫ୍ ଭାଗିଦାର ହେବା ଆମର ସମସ୍ତ ସଦସ୍ୟଙ୍କ ପାଇଁ ଖୁସିର କଥା । ଯଦିଓ ପରିମଳ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ନୁଆ ନୁହେଁ, ତଥାପି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଭାର ନିଶ୍ଚିତଭାବେ ଆମ ପାଇଁ ଏକ ବଡ ପରୀକ୍ଷା । ଆମର ସଦସ୍ୟ ଦୁଇମାସ ଧରି ତାଲିମ ପାଇ ଏବେ ଆତ୍ମ ବିଶ୍ୱାସର ସହ ପ୍ଲାଣ୍ଟର ଣ୍ଟରକ୍ଷଣାବେକ୍ଷଣ କାର୍ଯ୍ୟକରିବାକୁ ପ୍ରସ୍ତୁତ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ସୁଯୋଗ ଆମର ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ସହ ରୋଜଗାରକ୍ଷମ କରାଇବ ବୋଲି ଆମର ଆଶା କରୁଛୁ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଅଗ୍ରତ ସିଏଲଏଫର ସଦସ୍ୟା ସ୍ୱପ୍ନାରାଣୀ ତ୍ରିପାଠୀ କହିଛନ୍ତି । “କୈାଣସି କାମ ଛୋଟ ନୁହେଁ ଅବା ଖରାପ ନୁହେଁ । କେବଳ ମୁଁ ନୁହେଁ, ବରଂ ଆମ ଗ୍ରୁପର ସମସ୍ତ କିନ୍ନର ଏହି କାର୍ଯ୍ୟ କରିବାକୁ ମନୋନୀତ ହୋଇଥିବାରୁ ଗର୍ବିତ ଅନୁଭବ କରୁଛୁ । ଆତ୍ମସମ୍ମାନ ସହ ବଂଚିବାର ଏକ ସୁଯୋଗ ସରକାର ଆମକୁ ପ୍ରଦାନ କରିଛନ୍ତି ଏବଂ ଆମେ ଏହି ସୁଯୋଗର ସଠିକ ଉପଯୋଗ ୍‌କରିପାରିବୁ ବୋଲି ଆଶାବାଦୀ” । ଏହା କହିଛନ୍ତି, କଟକ ମତଗଜପୁର ସ୍ଥିତ ସେପ୍ଟେଜ ଟ୍ରିଟମେଣ୍ଟଣ୍ଟପ୍ଲାଣ୍ଟ ପାଇଁ ଣ୍ଟ ଚୁକ୍ତିନାମା ସ୍ୱାକ୍ଷର କରିଥିବା ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ମିଠି କିନ୍ନର । ପ୍ରକାଶ ଥାଉକି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗାମୀ ଦିନରେ ପ୍ଲାଣ୍ଟର ପରିଚାଳନା ହେତୁ ଦୈନିକ ପ୍ଲାଣ୍ଟକୁ ଆସୁଥିବା ସେସ୍‌ପୁଲ ଗାଡିକୁ ନିରୀକ୍ଷଣ କରିବା, ପ୍ଲାଣ୍ଟରେ ନିର୍ଗତ ମଇଳାର ନିୟମାନୁଯାୟୀ ଉପଚାର, ପ୍ଲାଣ୍ଟର ଥିବା ବୃକ୍ଷଲତା ତଥା ଲନ୍‌ରେ ଥିବା ଘାସର ତଥା ପ୍ଲାଣ୍ଟର ବିଭିନ୍ନ ଉପାଦାନର ଯତ୍ନ ନେବାପରି କାର୍ଯ୍ୟ ପରିଚାଳନା କରିବେ । ସେମାନେ ପ୍ଲାଣ୍ଟର ପରିସରରେ ଶୁଷ୍କ ଅବଶେଷକୁ ନେଇ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ ସହ ନର୍ସରୀ ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!