ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା ଆଉ ଏକ ବିଲ । ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ । ଏହା ଦ୍ୱାରା ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ । ଏହି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇ ପାରିବ । ବସ୍ତି ବାସିନ୍ଦାଙ୍କୁ ଜଗା ଯୋଗାଇଦେବାକୁ ମଧ୍ୟ ବିଲ୍ ପାସ୍ ହୋଇଥିବା ବେଳେ ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ତୃତୀୟ ବିଲ । ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ ପାରିତ । ଗୋଟିଏ ଦିନରେ ପାରିତ ହୋଇଛି ୩ଟି ବିଲ । ଆସନ୍ତା କାଲି ସକାଳ ୧୦.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।