Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇଦ୍ରାବାଦରେ ଓଡ଼ିଶା ଗଞ୍ଜେଇ ଚକୋଲେଟର ଡିମାଣ୍ଡ

by ସଞ୍ଜୟ ସ୍ୱାଇଁ
February 26, 2024
in Crime, State
ହାଇଦ୍ରାବାଦରେ ଓଡ଼ିଶା ଗଞ୍ଜେଇ ଚକୋଲେଟର ଡିମାଣ୍ଡ
203
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍‌ । ବଜାରକୁ ଛାଡ଼ିଛନ୍ତି ଗଞ୍ଜେଇ ଚକୋଲେଟ୍‌ । ଯାହାକି ଏବେ ହାଇଦ୍ରାବାଦ ପୋଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଓଡ଼ିଶାରୁ ଯାଉଥିବା ଶହ ଶହ ଦାଦନ ଶ୍ରମିକ ଏହି ଗଞ୍ଜେଇ ଚକୋଲେଟ୍‌ ହାଇଦ୍ରାବାଦ ନେଇ ବେପାର କରୁଥିବା ତେଲଙ୍ଗାନାର ଜଣେ ବରିଷ୍ଠ ପୋଲିସ ଅଫିସର କହିଛନ୍ତି । ହାଇଦ୍ରାବାଦର ବାଲାନଗର ଅଞ୍ଚଳରେ ପୋଲିସ ଜନୈକ ଓଡ଼ିଆ ଅନନ୍ତ କୁମାର ବାରିକକୁ ଗିରଫ କରି ତାଙ୍କ ନିକଟରୁ ୧୪୦ଟି ଗଞ୍ଜେଇ ଚକୋଲେଟ୍‌ ଜବତ କରିଛି । ସୌମ୍ୟରଞ୍ଜନ ମଲ୍ଲିକ ନାମକ ଅନ୍ୟ ଜଣେ ବ୍ୟକ୍ତିଠାରୁ ୪ କିଲୋ ଚକୋଲେଟ୍‌ ଜବତ କରାଯାଇଛି । ନାନାକ୍ରାମଗୁଡ଼ା ଅଞ୍ଚଳରେ ହିଲାଲୁଦ୍ଦିନ ମଜୁମଦାର ନାମକ ପାନ ଦୋକାନୀଠାରୁ ମଧ୍ୟ ଏଭଳି ଚକୋଲେଟ୍‌ ଜବତ ହୋଇଛି । ଲକ୍ଷ୍ନୌର ଜଣେ ବ୍ୟକ୍ତିଠାରୁ ସେ କୋରିଅର ମାଧ୍ୟମରେ ୫୬୦ଟି ଗଞ୍ଜେଇ ଚକୋଲେଟ୍‌ (୨.୬ କିଲୋ) ମଗାଇ ବିକୁଥିବା ସ୍ୱୀକାର କରିଛନ୍ତି । ସେ ୫ ଟଙ୍କା ଦରରେ ଏହା କିଣିଥିବା ବେଳେ ୨୦/୩୦ ଟଙ୍କା ଦରରେ ବିକୁଛି । ବିପିନ ନାମକ ଜଣେ ଓଡ଼ିଆଙ୍କଠାରୁ ସେ ଲକ୍ଷ୍ନୌର ବେପାରୀଙ୍କ ଠିକଣା ଯୋଗାଡ଼ କରିଥିଲା । ପୋଲିସ କହିଛି ଅନନ୍ତ ଓ ସୌମ୍ୟ ଭଳି ଶହ ଶହ ଦାଦନ ଏବେ ଓଡ଼ିଶାରୁ ଯିବାବେଳେ ଗଞ୍ଜେଇ ଚକୋଲେଟ ନେଇ ଯାଉଛନ୍ତି । ସେମାନେ ସେଠାରୁ ଅଣଓଡ଼ିଆ ଦାଦନ ଓ କଲେଜ/ସ୍କୁଲ ପିଲାଙ୍କୁ ପ୍ରଥମେ ମାଗଣାରେ ଏହି ଚକୋଲେଟ୍‌ ବାଣ୍ଟୁଛନ୍ତି । ଏହା ଖାଇବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯିବା ପରେ ପ୍ରତି ଚକୋଲେଟ୍‌କୁ ୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହି ଚକୋଲେଟ୍‌ର ଓଜନ ୫ ଗ୍ରାମ ଏବଂ ଏଥିରେ ୧୬% ଗଞ୍ଜେଇ ଭାଗ ରହୁଛି । ଚକୋଲେଟକୁ ରଙ୍ଗୀନ ଜରିରେ ଗୁଡ଼ାଇ ଆକର୍ଷଣୀୟ କରାଯାଉଛି । ପ୍ରେମ ସମ୍ପର୍କରୁ ଗଞ୍ଜେଇ ବ୍ୟବସାୟ… ୬ ସନ୍ତାନର ମା’କୁ ହତ୍ୟା କରିଥିଲା ପ୍ରେମିକ, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ ଏଭଳି ଚକୋଲେଟ୍‌ ବେପାର କରୁଥିବା ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ କୋରାପୁଟ ଓ ପାଖଆଖ ଜିଲ୍ଲାରୁ ଚାଲାଣ ହେଉଥିବା ଗଞ୍ଜେଇକୁ ନେଇ ବାଲେଶ୍ୱର ଜିଲ୍ଲାର କୌଣସି ସ୍ଥାନରେ ଏଭଳି ଚକୋଲେଟ୍‌ ପ୍ରସ୍ତୁତ ହେଉଛି । ଏପରିକି କେତେକ ବେପାରୀ ଓଡ଼ିଶାରୁ ଗଞ୍ଜେଇ ନେଇ ଲକ୍ଷ୍ନୌରେ ଚକୋଲେଟ ପ୍ରସ୍ତୁତ କରି ଭିନ୍ନ ଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି । ହାଇଦ୍ରାବାଦର ଅନେକ ଅଞ୍ଚଳରେ ଗଞ୍ଜେଇ ଚକୋଲେଟ୍‌ କାରବାର ବଢ଼ିବାରେ ଲାଗିଛି । ଏହା ଖାଇବାର କେଇ ମିନିଟ ମଧ୍ୟରେ ବ୍ୟକ୍ତି ଅର୍ଦ୍ଧ ନିଶାଗ୍ରସ୍ତ ହୋଇଯାଉଛି । କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ‘ଚାରମିନାର ଗୋଲ୍ଡ ମୁନାକ୍କା’ ବ୍ରାଣ୍ଡରେ ବିକ୍ରି ହେଉଛି । ସେହିପରି ଟିକେ ବଡ଼ ଆକାରର ଚକୋଲେଟ୍‌ ‘ମସ୍‌ଥି ମୁନାକ୍କା’ ବ୍ରାଣ୍ଡରେ ବିକ୍ରି କରାଯାଉଛି । ଏଥିରେ ରୋକ୍‌ ଲଗାଇବାକୁ ସ୍ପେଶାଲ ଟିମ୍‌ ଗଠନ କରି ବିଭିନ୍ନ ବସ୍ତିରେ ଚଢ଼ାଉ କରିବାକୁ ପୋଲିସର ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଗତ କେଇଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଓଡ଼ିଆ ଦାଦନ ଶ୍ରମିକଙ୍କ ନିକଟରୁ ୪୧.୫ କିଲୋ ଗଞ୍ଜେଇ ଚକୋଲେଟ ଜବତ କରିଛି । କୋକାପେଟ ଅଞ୍ଚଳରୁ ଗିରଫ ହୋଇଥିବା ବାଲେଶ୍ୱରର ଜଣେ ବ୍ୟକ୍ତି ନିକଟରୁ ୩.୬ କିଲୋ ଏବଂ ରାମନାଥପୁରରେ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ନିକଟରୁ ୩୫.୨ କିଲୋ ଗଞ୍ଜେଇ ଚକୋଲେଟ ଜବତ ହୋଇଛି । ସେହିପରି ହାଫିଜପେଟ ଅଞ୍ଚଳରେ ଗିରଫ ହୋଇଥିବା ଉତ୍ତର ପ୍ରଦେଶର ଦୁଇ ଜଣ ବ୍ୟକ୍ତି ମୁକେଶ ଓ ଗାନ୍ତା ମାନୁଠାରୁ ୨.୭ କିଲୋ ଚକୋଲେଟ ଜବତ କରାଯାଇଛି । ଏହା ପୂର୍ବରୁ ଏକ ସ୍କୁଲ ସମ୍ମୁଖରୁ ୩ ଜଣ ଓଡ଼ିଆଙ୍କୁ ଏହି ଚକୋଲେଟ୍‌ ବିକିବା ଅପରାଧରେ ଗିରଫ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!