Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲ ଜମି କିସମ ବଦଳରେ ଓଡ଼ିଶା ୧ ନମ୍ବର

by ସଞ୍ଜୟ ସ୍ୱାଇଁ
May 27, 2025
in State
ଜଙ୍ଗଲ ଜମି କିସମ ବଦଳରେ ଓଡ଼ିଶା ୧ ନମ୍ବର
81
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖଣି ନିଲାମ ବଢ଼ୁଛି । ରାଜକୋଷକୁ ସମ୍ବଳର ସୁଅ ଛୁଟିଛି । ଶହ ଶହ ଏକରର ଜଙ୍ଗଲ କିନ୍ତୁ ଗଛଶୂନ୍ୟ ହୋଇଛି । କେବଳ ଖଣି ନୁହଁ, ରେଳପଥ, ରାସ୍ତା, ଶିଳ୍ପ, ଜଳସେଚନ ଓ ତାପଜ ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ କଟିଛି । ମାତ୍ର ଏହି କ୍ଷତି ଭରଣା କରିବାକୁ କାମ୍ପାରେ ଯେତିକି ପରିପୂରକ ଚାରା ରୋପଣ ହେବା କଥା ତାହା ହୋଇନି । ବିକାଶ ସହ ସମତୁଲ ଭାବେ କିଭଳି ଜଙ୍ଗଲ ସୁରକ୍ଷା କରିହେବ ତାକୁ ସରକାରୀ ଭାବେ ଯଥେଷ୍ଟ ଧ୍ୟାନ ମିଳୁନି । ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ଦେଶରେ ଶୀର୍ଷରେ ଅଛି ଓଡ଼ିଶା । ଖଣି ଖନନ ଉଦ୍ଦେଶ୍ୟରେ ସର୍ବାଧିକ ଜଙ୍ଗଲ ଜମିର କିସମ ବଦଳାଯାଇଛି । କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟରୁ ଏହି ସୂଚନା ମିଳିଛି । ୨୦୧୪ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୨୫ହଜାର ୧୫୩ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି । ଏତେ ପରିମାଣରେ ଜଙ୍ଗଲ ଜମି କିସମ ବଦଳାଇବାରେ ସାରା ଦେଶରେ ଓଡ଼ିଶା ଶୀର୍ଷରେ ରହିଛି । ଏହି ଜମିରୁ ସର୍ବାଧିକ ୪୮% ଖଣି ଖନନ ପାଇଁ ବିନିଯୋଗ ହୋଇଥିଲାବେଳେ ଜଳସେଚନ ପ୍ରକଳ୍ପ ଓ ଶିଳ୍ପ ପାଇଁ ୨୨% ବିନିଯୋଗ ହୋଇଛି । ରେଳ ଲାଇନ, ରାଜପଥ ସହ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍ ଟାୱାର ପ୍ରତିଷ୍ଠା ପାଇଁ ମଧ୍ୟ ବହୁ ପରିମାଣର ଜଙ୍ଗଲ ଜମିର କିସମ ବଦଳିଛି । ବିକାଶ ଆଳରେ ଜଙ୍ଗଲ ଧ୍ୱଂସ ହୋଇଛି । ମାତ୍ର ସର୍ବାଧିକ କାମ୍ପା ପାଣ୍ଠି ପାଇ ମଧ୍ୟ ନୂଆ ଜଙ୍ଗଲ ସୃଷ୍ଟିରେ ରାଜ୍ୟ ଆଖିଦୃଶିଆ ସଫଳତା ପାଇନି । ଗତ ୫ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର କାମ୍ପାରେ ୧୭,୫୭୫ ହେକ୍ଟର ଜମିରେ ଚାରା ଲଗାଇଛନ୍ତି । ମାତ୍ର ଏହା ସମୁଦ୍ରକୁ ଶଙ୍ଖେ । କାମ୍ପା କେନ୍ଦ୍ରୀୟ ଅନୁଦାନରୁ ରାଜ୍ୟ ଜଙ୍ଗଲ ବିଭାଗ ବହୁ ପରିମାଣର ପାଣ୍ଠି ‘ଆମ ଜଙ୍ଗଲ ଯୋଜନା’, ‘ଗ୍ରୀନ୍ ମହାନଦୀ’ ଓ ମନରେଗାରେ ଖର୍ଚ୍ଚ କରୁଛି । କାମ୍ପା ପାଣ୍ଠିକୁ ଅନ୍ୟ ଯୋଜନାରେ ଖର୍ଚ୍ଚ କରିବା କାମ୍ପା ନିୟମର ଉଲ୍ଲଂଘନ । ଏହାଛଡ଼ା କାମ୍ପାରେ ପରିପୂରକ ବନୀକରଣକୁ ବ୍ୟାପକ କରିବାକୁ ସରକାର ‘ଜମିବ୍ୟାଙ୍କ’ ପ୍ରତିଷ୍ଠା ନିଷ୍ପତ୍ତି ଶୀତଳଭଣ୍ଡାରରେ ପଡ଼ିଛି । ୨୦୧୯ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ୧୫,୮୨୫ ହେକ୍ଟର ଜଙ୍ଗଲ ଜମିର କିସମ ବଦଳିଛି । ଏହି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଓଡ଼ିଶା ୪୮ଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲା । ଏହି ଜଙ୍ଗଲ ଜମିରେ ଖଣି ଖନନ କରାଯାଉଛି । ଏହାଛଡ଼ା ଶିଳ୍ପ, ରାସ୍ତାଘାଟ ଓ ରେଳ ଲାଇନରେ ମଧ୍ୟ ବହୁ ଜମି ବ୍ୟବହୃତ ହୋଇଛି । ୩୦ ବର୍ଷ ତଳର ପ୍ରସ୍ତାବିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ପ୍ରାୟ ବର୍ଷକ ତଳେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ କେନ୍ଦ୍ର ମଂଜୁର ଦେଇଛନ୍ତି । ୨୦୧୪ରୁ ୨୦୧୮ ମଧ୍ୟରେ ୯, ୩୨୮ ହେକ୍ଟର ଜଙ୍ଗଲ ଜମିର କିସମ ବିକାଶମୂଳକ କାମ ସହ ଖଣି ଖନନ ପାଇଁ ବଦଳିଛି । ମାତ୍ର ଏତେ ପରିମାଣର ଜଙ୍ଗଲ ଜମି ବିକାଶମୂଳକ କାମରେ ଲାଗିଥିଲେ ମଧ୍ୟ କାମ୍ପାରେ ବ୍ୟାପକ ଚାରା ରୋପଣ ପାଇଁ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ରାଜ୍ୟରେ ଜଳସେଚନ, ଶିଳ୍ପ, ରାସ୍ତାଘାଟ, ରେଳଲାଇନ ଆଦି ପ୍ରକଳ୍ପ ପାଇଁ ବନ ସଂରକ୍ଷଣ ଅଧିନିୟମ ୧୯୮୦ ଆଧାରରେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଉଛି । ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର ରାଜ୍ୟ ଜଙ୍ଗଲ ବିବରଣୀ-୨୦୨୩ ଅନୁଯାୟୀ ରାଜ୍ୟର ସମୁଦାୟ ଜଙ୍ଗଲ ପରିମାଣ ୫୨୪୩୩.୫୬ ବର୍ଗ କିଲୋମିଟର ରହିଛି । ରାଜ୍ୟରେ ୫୫୮.୫୭ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ଅଭିବୃଦ୍ଧି ହୋଇଛି । କାମ୍ପା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୦୨୦.୬୧ କୋଟି ବ୍ୟୟ ଅଟକଳ ପ୍ରସ୍ତାବ ରହିଛି । ଏଥିରେ ୬୯୨୨.୨୫ ହେକ୍ଟର ଜଙ୍ଗଲରେ କ୍ଷତିପୂରକ ବନୀକରଣ, ୨୮୯୨୪.୬୫ ହେକ୍ଟରରେ ରକ୍ଷଣାବେକ୍ଷଣ ଓ ୫୦ ହଜାର ହେକ୍ଟର ଉଜୁଡ଼ା ବାଉଁଶ ଜଙ୍ଗଲର ପୁନରୁଦ୍ଧାର କରାଯିବ । ମାତ୍ର ସରକାର ଜଙ୍ଗଲ ଜମିର କିସମ ବଦଳାଇବାକୁ ଯେତିକି ତତ୍ପରତା ଦେଖାଉଛନ୍ତି, କାମ୍ପାରେ ପରିପୂରଣ ବନୀକରଣ ପାଇଁ ସେତିକି ନିଷ୍ଠା ଦେଖାଉନାହାନ୍ତି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!