ନୟାଗଡ, (ବାଘୁଆବାର୍ତ୍ତା): ଘୋଷଣା ହେଲା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିସନ । ୪ର୍ଥ ପର୍ଯ୍ୟାୟରେ ରାଜ୍ୟରେ ପଡିବ ଭୋଟ । ମେ’ ୧୩ରେ ପ୍ରଥମ, ମେ’ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ । ସେହିପରି ଜୁନ ୪ରେ ହେବ ଭୋଟ ଗଣନା । ମୋଟ ୭ଟି ପର୍ୟ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି । ତେବେ ନଜର ପକାନ୍ତୁ ଓଡିଶାର କେଉଁ ଜିଲ୍ଲାରେ କେବେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ମେ’ ୧୩ । କଳାହାଣ୍ଡି (ଲୋକସଭା) । (ବିଧାନସଭା) :ନୂଆପଡା, ଖରିଆର, ଲାଞ୍ଚିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା । ନବରଙ୍ଗପୁର (ଲୋକସଭା) । (ବିଧାନସଭା) : ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ , କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା । ବ୍ରହ୍ମପୁର (ଲୋକସଭା) । (ବିଧାନସଭା) : ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି । କୋରାପୁଟ (ଲୋକସଭା) । (ବିଧାନସଭା) : ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି । ମେ’ ୨୦ ବରଗଡ (ଲୋକସଭା) । (ବିଧାନସଭା) :ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର , ଝାରସୁଗୁଡା । ସୁନ୍ଦରଗଡ (ଲୋକସଭା) । (ବିଧାନସଭା) : ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇ । ବଲାଙ୍ଗୀର (ଲୋକସଭା) । (ବିଧାନସଭା) : ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଂଜି । କନ୍ଧମାଳ (ଲୋକସଭା) । (ବିଧାନସଭା) : ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର । ଆସ୍କା (ଲୋକସଭା) । (ବିଧାନସଭା) ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି , ହିଞ୍ଜିଳିକାଟୁ । ମେ’ ୨୫ । ସମ୍ବଲପୁର (ଲୋକସଭା) । (ବିଧାନସଭା) :କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ । କେନ୍ଦୁଝର (ଲୋକସଭା) । (ବିଧାନସଭା) : ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ । ଢ଼େଙ୍କାନାଳ (ଲୋକସଭା) । (ବିଧାନସଭା) ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ । କଟକ (ଲୋକସଭା) । (ବିଧାନସଭା) ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡା । ପୁରୀ (ଲୋକସଭା) । (ବିଧାନସଭା) : ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ । ଭୁବନେଶ୍ୱର (ଲୋକସଭା) । (ବିଧାନସଭା) ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା । ଜୁନ୍ ୧ । ମୟୁରଭଞ୍ଜ (ଲୋକସଭା) । (ବିଧାନସଭା) ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡା । ବାଲେଶ୍ୱର (ଲୋକସଭା) । (ବିଧାନସଭା) ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି । ଭଦ୍ରକ (ଲୋକସଭା) । (ବିଧାନସଭା) ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି । ଯାଜପୁର(ଲୋକସଭା) । (ବିଧାନସଭା) ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା । କେନ୍ଦ୍ରାପଡା (ଲୋକସଭା) । (ବିଧାନସଭା) ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା । ଜଗତସିଂହପୁର (ଲୋକସଭା) । (ବିଧାନସଭା) ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା ।






