ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଜୟନ୍ତି ମାଳା ମହାନ୍ତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନାଟ୍ୟକାର ଡ. ବିଜୟ କୁମାର ଚୈାଧୁରୀ ଓଡ଼ିଆ ସାହିତ୍ୟର ମହତ୍ୱ ଏବଂ ଏହାର ଇତିହାସକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ. ଟୁଡୁ ଓଡ଼ିଶା ଭାଷା ସାହିତ୍ୟ ପାଇଁ ଜୀବନକୁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରଣପୁର ବିଧାୟକ ପ୍ରଧାନ ଭାଷା ସାହିତ୍ୟକୁ ନେଇ ଆଲୋଚନା କରିଥିବା ବେଳେ ଓଡ଼ିଆ ଲୋକ କଥୋପକଥନ ବେଳେ ଇଂରାଜୀ ଏବଂ ହିନ୍ଦୀ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।






