Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫେବୃଆରୀ ୨୩ରେ ଓସିଏର ନୂଆ ସଭାପତି ଚୟନ

by ସଞ୍ଜୟ ସ୍ୱାଇଁ
January 16, 2025
in Sports, State
ଫେବୃଆରୀ  ୨୩ରେ ଓସିଏର ନୂଆ ସଭାପତି ଚୟନ
86
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ସଭାପତି ପଦରୁ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ଇସ୍ତଫା ପରେ ଏବେ ସଂଘର ସ୍ଥାୟୀ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓସିଏର ପରବର୍ତ୍ତୀ ନିର୍ବାଚନକୁ ପ୍ରାୟ ୮ମାସ ବାକି ଥିବା ବେଳେ ସେତେଯାଏ ସଂଘର ସଭାପତି ପଦବିକୁ ପୂରଣ କରିବାକୁ ହେବ । ଯଦିଓ ଉପସଭାପତି ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, କିନ୍ତୁ ପୂର୍ବତନ ସଭାପତି ପ୍ରଣବପ୍ରକାଶଙ୍କ ଇସ୍ତଫା ଦେବାର ୪୫ଦିନ ଭିତରେ ଓସିଏ ସଭାପତି ପଦବି ପୂରଣ କରିବାକୁ ହେବ । ଏନେଇ ଓସିଏ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଓସିଏର ନିର୍ବାଚନ ଅଧିକାରୀ ଏମ୍‌. ଏଲ୍‌. ମଜୁମଦାର ଓସିଏ ଅନୁବନ୍ଧିତ ୟୁନିଟ୍‌ ଅର୍ଥାତ୍‌ କ୍ଲବ୍‌, ଜିଲ୍ଲା ସଂଘଙ୍କ ସମେତ ଅନ୍ୟମାନଙ୍କୁ ଚିଠି କରି ଓସିଏ ନିର୍ବାଚନକୁ ପ୍ରତିନିଧିତ୍ୱ କିଏ କରିବ ତା’ର ତାଲିକା ମାଗିଛନ୍ତି । ଜାନୁୟାରୀ ୨୭ ତାରିଖ ସୁଦ୍ଧା ଅନୁବନ୍ଧିତ ୟୁନିଟ୍‌ ମାନେ ତାଲିକା ପ୍ରଦାନ କରିବେ । ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ନୂଆ ସଭାପତି ଦାୟିତ୍ୱ ନେବାର ନିୟମ ରହିଥିବା ବେଳେ ଫେବ୍ରୁଆରୀ ୯ ତାରିଖ ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ସ୍ୱତନ୍ତ୍ର ଏଜିଏମ୍‌କୁ ଫେବ୍ରୁଆରୀ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଓସିଏ ସଭାପତି ପ୍ରଣବପ୍ରକାଶ ଦାସ ଇସ୍ତଫା ଦେବାର ପ୍ରାୟ ୨୦ ଦିନ ବିତିବାକୁ ଆସିଲାଣି । ଏବେ ଆଠ ମାସିଆ ସଭାପତି କିଏ ହେବ ତାକୁ ନେଇ ଅନେକ ଚର୍ଚ୍ଚିତ ଚେହେରାଙ୍କ ନାଁ ଶୁଣାଯାଉଛି । କାମଚଳା ସଭାପତି ଦାୟିତ୍ୱରେ ଥିବା ପଙ୍କଜଲୋଚନ ମହାନ୍ତି ପୁଣିଥରେ ସଭାପତି ପଦବିକୁ ଫେରିବେ । ଯଦିଓ ଏନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ, ତଥାପି ନିର୍ବାଚନ ଯାଏ ଶ୍ରୀ ମହାନ୍ତିଙ୍କୁ ସଭାପତି କରିବାକୁ ଓସିଏ କାଉନସିଲ୍‌ ସଦସ୍ୟ ମାନେ ଚାହୁଛନ୍ତି । ପଙ୍କଜ ପୂର୍ବରୁ ଅର୍ଥାତ୍‌ ୨୦୧୯-୨୨ ବର୍ଷ ଯାଏ ଓସିଏ ସଭାପତି ଭାବେ ୩ବର୍ଷ କାର୍ଯ୍ୟ କରିସାରିଛନ୍ତି । ସଭାପତି କାର୍ଯ୍ୟ ନିର୍ବାହ କରିବାରେ ତାଙ୍କର ଅଭିଜ୍ଞତା ରହିଛି । ତେଣୁ ପଙ୍କଜଙ୍କୁ ଯଦି ସ୍ଥାୟୀ ସଭାପତି କରାଯାଏ, ଉପସଭାପତି ପଦବି ଫାଙ୍କା ପଡ଼ିବ । ଏହି ପଦକୁ ଓସିଏର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଅଣାଯିବାର ସମ୍ଭାବନା ରହିଛି । ଏହି ଦୌଡ଼ରେ ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ପ୍ରଧାନ ଆଗରେ ରହିଥିବା କୁହାଯାଉଛି । ତେବେ ଏହି ୮ ମାସିଆ ପଦ ପଦବିରେ ନୂଆ ଚେହେରା ସାମ୍ନାକୁ ଆସିବାର ସମ୍ଭାବନା କ୍ଷୀଣ ରହିଥିବା ବେଳେ ଯଦି କୌଣସି ସଦସ୍ୟ ସଭାପତି ପଦବି ପାଇଁ ନିର୍ବାଚନ ଲଢ଼ିବାକୁ ଚାହାନ୍ତି ତେବେ ତାଙ୍କୁ ନେଇ ଭୋଟ୍‌ କରାଯାଇପାରେ । ଅନ୍ୟପକ୍ଷରେ ଓସିଏକୁ ଆସିବାକୁ ଥିବା ନୂଆ ଟିମ୍‌ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟକାଳ ଅର୍ଥାତ୍‌ ଏହି ୮ ମାସ ପାଇଁ ଓସିଏକୁ ଆସି ନପାରନ୍ତି । ବିସିସିଆଇର ସମ୍ବିଧାନ ଅନୁସାରେ ଜଣେ କାର୍ଯ୍ୟକର୍ତ୍ତା ଲଗାତାର ଦୁଇଥର ଅର୍ଥାତ୍‌ ୬ ବର୍ଷ ପାଇଁ କୌଣସି ପଦ ପଦବିରେ ରହିପାରିବେ । ସମାନ ନିୟମ ଓସିଏ ପାଇଁ ମଧ୍ୟ ରହିଛି । ଏ ସ୍ଥିତିରେ ନୂଆ ଟିମ୍‌ ଅକ୍ଟୋବର କିମ୍ବା ନଭେମ୍ବରରେ ହେବାକୁ ଥିବା ନୂଆ ନିର୍ବାଚନରେ ସାମିଲ୍‌ ହୋଇପାରନ୍ତି । ଯଦି ବିସିସିଆଇର ବର୍ତ୍ତମାନ ସମ୍ବିଧାନ ଅନୁସାରେ ନିର୍ବାଚନ ହୁଏ, ଏଥିରେ ଓସିଏର ବର୍ତ୍ତମାନ କାର୍ଯ୍ୟକର୍ତ୍ତା ମଣ୍ଡଳୀ ସମ୍ପୂର୍ଣ୍ଣ ବଦଳିବ । ସହମତି ଭିତ୍ତିରେ ନୂଆ ଟିମ୍‌ ଓସିଏକୁ ଆସିବାର ସମ୍ଭାବନା ଥିବା କୁହାଯାଉଛି । ନୂଆ ନିର୍ବାଚନରେ ବିଜେପିର ପ୍ରଭାବ ମଧ୍ୟ ରହିବ ବୋଲି ଆକଳନ କରାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!