ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୀମା ଟପିବାରେ ଲାଗିଛନ୍ତି ସାଇବର ଠକ । ବିଭିନ୍ନ ସମୟରେ ବଡ଼ ବଡ଼ ନେତା, ପ୍ରଶାସନୀକ ଅଧିକାରୀଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଚୁନ ଲଗାଉଥିବା ବେଳେ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ହ୍ୱାଟସ୍ ଅଫରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ହ୍ୱାଟସ୍ ଅଫ୍ ଆକାଉଣ୍ଟରେ ଫଟୋ ଲଗାଇ ଲୋକ ମାନଙ୍କ ଲୁଟିବାକୁ ଚେଷ୍ଟା କରିପାରନ୍ତି । ତେଣୁ ଏଭଳି କିଛି ଆକାଉଣ୍ଟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କର କୌଣସି ଆକାଉଣ୍ଟ ନଥିବା ସ୍ପଷ୍ଟ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ତେଣୁ ଫେକ୍ ଆକାଉଣ୍ଟ ନମ୍ବରରେ ଯଦି କୌଣସି ବ୍ୟକ୍ତି ଟଙ୍କା ନେଣ ଦେଣ କରନ୍ତି ତେବେ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ ।





