ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ଓଡ଼଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ପଦପାଇଁ ଆଜି ନାମାଙ୍କନ ଭରିଛନ୍ତି । ବିଜୁ ଜନତା ଦଳର ରାଜ୍ୟ ସଭାପତି ପଦ ପାଇଁ ନବୀନ ଏହି ପାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କର ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଛନ୍ତି । ୟୁନିଟ ୬ରେ ଥିବା ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ନବୀନ ସହ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୬ ତାରିଖରେ କାର୍ଯ୍ୟକାରିଣ ବୈଠକ ବସି ବିଧବଦ୍ଧ ଭାବେ ନବୀନଙ୍କୁ ସଭାପତି ଘୋଷଣା କରାଯିବ । ବିଜୁ ଜନତା ଦଳ ଗଠନ ହେବା ପରଠାରୁ ସେ ଏହି ପଦବୀରେ ଅପ୍ରତିଦ୍ୱନ୍ଦି ନେତା ତଥା ସଭାପତି ଭାବେ ମନୋନିତ ହୋଇ ଆସୁଛନ୍ତି । ପୂର୍ବରୁ ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ସରିଛି ।






