ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ବଦଳରେ ତୈଳ ବଜାରରେ ହୁ ହୁ ହୋଇ ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି । ଯାହା ଫଳରେ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ଧକ୍କା ଲାଗିଛି । ଏନେଇ ରାଜ୍ୟ କଂଗ୍ରେସ କେନ୍ଦ୍ର ସରକାରଙ୍କ ଅବଗତ କରାଇଥିଲେ ମଧ୍ୟ ତୈଳ ଦର ନକମିବାରୁ, ଫେବୃୟାରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଫେବୃୟାରୀ ୧୫ ତାରିଖ ସକାଳ ୭ଟା ସମୟରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।





