Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଚ୍ଚଶିକ୍ଷାରେ ଆସିବ ପରିବର୍ତ୍ତନ, ଘରୋଇ କୋଚିଂ ଉପରେ ନଜର

by ସଞ୍ଜୟ ସ୍ୱାଇଁ
January 23, 2020
in Education
ଉଚ୍ଚଶିକ୍ଷାରେ ଆସିବ ପରିବର୍ତ୍ତନ, ଘରୋଇ କୋଚିଂ ଉପରେ ନଜର
16
VIEWS
Share on FacebookShare on Twitter

ଓଡ଼ିଶା ଅଭିଭାବକ ମହାସଂଘ ଆଲୋଚନା ଚକ୍ର

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ଏବଂ ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଗାମୀ ଦିନରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସୁଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଚାହୁଁଛନ୍ତି ପାସ କରିବାକୁ । ଏଭଳି ପାସ କରିବା ଦ୍ୱାରା କିଛି ଲାଭ ହେବ ନାହିଁ । ଗ୍ରେସ ମାର୍କ ଦେଇ ପାସ କରିବା ଗୈାରବ ନୁହେଁ । ଏହା ଦ୍ୱାରା ଶିକ୍ଷାର ମାନ କମୁଛି । ପ୍ରତ୍ୟେକ ଅଭିଭାବକ ଚାହୁଁଛନ୍ତି ଘର ପାଖରେ ଥିବା କଲେଜକୁ ବିଶ୍ୱ ବିଦ୍ୟାଳୟ କରିଦିଅ । ଦୂରକୁ ଯାଇ ପାଠ ପଢ଼ିବା ପାଇଁ ହଷ୍ଟେଲ ଅଛି । ହଷ୍ଟେଲରେ ରହିଲେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାରେ ବୃଦ୍ଧି ଘଟିବ ବୋଲି ଡ. ସାହୁ ମତବ୍ୟକ୍ତ କରିଛନ୍ତି । ଏହା ସହିତ ଯେଉଁ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ଭଲଲାଗୁଛି ତାକୁ ସେ ବିଷୟ ପଢ଼ିବାକୁ ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି । ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ । ସେହିପରିଭାବେ କଲେଜ ପରିଚାଳନା ପରିଷଦରେ ଆଗକୁ ନିର୍ବାଚିତ ପ୍ରତିନିଧି ତଥା ବିଧାୟକମାନେ ରହିବେ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଶିକ୍ଷକମାନେ ବିଭିନ୍ନ ଗ୍ରୁପ କରି ଛାତ୍ରଙ୍କ ଦାୟିତ୍ୱ ନେବା ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ବାପା ମାନଙ୍କ ସହ ଆଲୋଚନା କରନ୍ତୁ । ସବୁଠାରୁ ବେଶୀ ଦୁଖଃର ବିଷୟ ଅଭିଭାବକଙ୍କୁ ଡାକିଲେ ପାଖକୁ ଆସୁ ନାହାନ୍ତି । କିଛିଲୋକ ଦାୟିତ୍ୱ ନେବାକୁ ଚାହାନ୍ତି । ଆଉ କିଛି ଲୋକ ଯେତିକି ଦାୟିତ୍ୱ ସେତିକି କରନ୍ତି । ଅଭିଭାବକମାନେ ଭାବନ୍ତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପଠାଇଦେଲେ ଆମ ଦାୟିତ୍ୱ ସରିଗଲା । ଏଭଳି ଚିନ୍ତାଧାରାରୁ ଅଭିଭାବକମାନେ ଦୂରେଇ ରହିବାକୁ ମନ୍ତ୍ରୀ ବକ୍ତବ୍ୟ ଛଳରେ କହିଛନ୍ତି । ଏଥିସହିତ ସରକାରୀ ଓ ବେସରକାରୀ କଲେଜ ଶିକ୍ଷକଙ୍କୁ ଚେତାବନୀ ଦେଇ କହିଛନ୍ତି । ଘରୋଇ କୋଚିଂ ଦେଲେ ଆଉ ନିସ୍ତାର ନାହିଁ । ଉଚ୍ଚଶିକ୍ଷା କୋଡ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ବୈଠକରେ ସଚିବ ଶାଶ୍ୱତ ମିଶ୍ର ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!