ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବିଦେଶ ମାଟିରେ ଓଡ଼ିଆ ସ୍ୱର । ସ୍ୱାତୀଲଗ୍ନା କ୍ରିଏସନ ପ୍ରସ୍ତୁତ ନୂତନ ଗୀତ ମୁକ୍ତି ଓମାନର ସୋହର ନିକଟବର୍ତ୍ତୀ ଫାଲାଜ଼ ସହରରେ ଉନ୍ମୋଚନ ହୋଇଛି । ଏଇ ଉନ୍ମୋଚନ ଅବସରରେ ପ୍ରବିନ କୁମାର, ମହମ୍ମଦ ନାଶିର, ଶ୍ରୀ କୁମାର ଓ ସୁଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ । ଉକ୍ତ ଗୀତଟି ଓମାନରେ ଥିବା ନୟାଗଡ଼ ଦରପଦା ନିବାସୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ରଚନା କରିଥିବା ବେଳେ ଗୀତଟିରେ ସଂଗୀତ ଓ କଣ୍ଠଦାନ କରିଛନ୍ତି ଅଞ୍ଜନ କୁମାର ।





