ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି ଦିନକୁ ଦନ ବଳେଇ ଗଲାଣି । କେତେ ବେଳେ ନିର୍ବାଚନ ପାଇଁ ଓଡ଼ିଶା ଲୋକଙ୍କୁ ଅକ୍ତରିଆ କରୁଛି ତ ଆଉ କେତେ ବେଳେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତେଲୁଗ୍ ଭାଷାରେ ଶିକ୍ଷାଦାନ ଦେଉଛି । ଏଭଳି ଭାବେ ଦୁଃସାହାସିକ କାମ କରିଛି ଆନ୍ଧ୍ର ସରକାର । କୋଟିଆ ପଞ୍ଚାୟତର ପାଟୁସେନେରି ଗାଁରେ ଏକ ଅସ୍ଥାୟୀ ଘରେ ୧୭ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିଲା ସ୍କୁଲ । ଆନ୍ଧ୍ର ସରକାର ଉକ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ଉକ୍ତ ଅସ୍ଥାୟୀ ସ୍କୁଲରେ ପ୍ରଥମଶ୍ରେଣୀରେ ୪ଜଣ, ଦ୍ୱିତୀୟ ୮ଜଣ, ତୃତୀୟ ୧ଜଣ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ପରିବେ ର୍ ତେଲୁଗ୍ ଭାଷାରେ ପାଠ ପଢ଼ୁଛନ୍ତି । କେବଳ ତେଲୁଗ ଭାଷାରେ ପାଠପଢ଼ା ନୁହେଁ ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ର ସରକାରଙ୍କ ପ୍ରତି ଆଦୃତ କରିବା ପାଇଁ ସେମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦେଉଛନ୍ତି । ତତ୍ସହିତ ମାଗଣା ବହିପତ୍ର, ଡ୍ରେସ୍, ଓ ମଧ୍ୟାହ୍ନ ଭୋଜନ ଦେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏହା ଜଣାପଡିବା ପରେ ପଟାଙ୍ଗି ତହସିଲଦାର ଗାଁରେ ପହ ô ସ୍ଥିତି ପରଖିଥିବା ଜଣାପଡ଼ିଛି ।





