Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ
90
VIEWS
Share on FacebookShare on Twitter

କେନ୍ଦ୍ରାପଡା, (ବାଘୁଆବାର୍ତ୍ତା): ବାଙ୍ଗାଲୋରରେ କାର୍ୟ୍ୟରତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଓଡ଼ିଆ ଶ୍ରମିକ ଡମ୍ବରୁଧର ମାହାଳିଙ୍କର ଗତକାଲି ମୃତ୍ୟୁ ଘଟିଛି। ଡମ୍ବରୁଧର ଓ ତାଙ୍କ ସାନ ଭାଇ ବାଙ୍ଗାଲୋରରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ତାଙ୍କ ସାନ ଭାଇଙ୍କୁ କୌଣସି ସହଯୋଗ ମିଳିନଥିଲା। ଫଳରେ ଡମ୍ବରୁଧରଙ୍କ ଶବ ଗତକାଲି ଦିନ ସାରା ହସ୍ପିଟାଲରେ ପଡି ରହିଥିଲା। ଏନେଇ ନ୍ୟୁଜ୍ ୭ ଟିମ୍ ଖବର ପାଇବା ପରେ ପୋଲିସ ସହାୟତାରେ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କମ୍ପାନୀ ଡମ୍ବରୁଧରଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସୂଚନାନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ମଣିକାପୁର ଗ୍ରାମର ଗଙ୍ଗାଧର ମହାଳଙ୍କ ଜ୍ୟେଷ୍ଠ ପୁତ୍ର ଡମ୍ବରୁଧର ମାହାଳି ବାଙ୍ଗାଲୋରରେ ଇମ୍ପେରିଆଲ ବିଲଡ଼ଟେକ୍ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ ଗତ ସାତ ବର୍ଷ ହେବ କାମ କରି ଆସୁଥିଲେ। ଗତକାଲି କମ୍ପାନୀ ଭିତରେ କାମ କରୁଥିବାବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ବସିପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡମ୍ବରୁଧରଙ୍କ ମୃତ୍ୟୁ ଘଟିଛି। ମୃତ ଡମ୍ବରୁଧରଙ୍କର କେନ୍ଦ୍ରାପଡାରେ ପତ୍ନୀ ଓ ଦୁଇପିଲା ଅଛନ୍ତି। ତେବେ ଡମ୍ବରୁଧରଙ୍କର ସାନ ଭାଇ ତାଙ୍କ ସହ ବାଙ୍ଗଲୋରରେ ରହୁଥିଲେ। ଡମ୍ଵରୁଧରଙ୍କର ମୃତ୍ୟୁ ହେବା ପରେ କମ୍ପାନୀ କର୍ମଚାରୀମାନେ ତାଙ୍କ ସାନ ଭାଇଙ୍କୁ ସହଯୋଗ କରୁନଥିଲେ। ଯାହା ଫଳରେ ଡମ୍ଵରୁଧରଙ୍କ ମର ଶରୀର ଗତକାଲି ଦିନସାରା ହସ୍ପିଟାଲରେ ପଡି ରହିଥିଲା। ଏନେଇ ନ୍ୟୁଜ୍ ୭ ଟିମ୍ ଖବର ପାଇବା ପରେ ପୋଲିସର ସହାୟତାରେ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କମ୍ପାନୀ ଡମ୍ବରୁଧରଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତାକାଲି ଡମ୍ଵରୁଧରଙ୍କ ଶବ ବ୍ୟବଚ୍ଛେଦ ପରେ ବିମାନ ଯୋଗେ ତାଙ୍କର ମରଶରୀର କେନ୍ଦ୍ରାପଡ଼ା ଆସିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!