Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁବାଇରେ ଚମକିଲେ ଓଡ଼ିଆ ଝିଅ ଆରାଧନା

by ସଞ୍ଜୟ ସ୍ୱାଇଁ
October 20, 2024
in NATIONAL NEWS, State, WORLD
ଦୁବାଇରେ ଚମକିଲେ ଓଡ଼ିଆ ଝିଅ ଆରାଧନା
85
VIEWS
Share on FacebookShare on Twitter

ଦୁବାଇ, (ବାଘୁଆବାର୍ତ୍ତା): ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ । ଗତ ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ବିତୀୟ ସିଜିନ୍ ଫାଇନାଲରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ପିନ୍ଧିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଦ୍ୱିତୀୟ ସିଜିନ୍ ଆୟୋଜିତ ହୋଇଛି । ଭାରତର ବିଭିନ୍ନ ସହରରୁ ଆସି ମଧ୍ୟପ୍ରାଚ୍ୟରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ୟ୍ୟଏ, ବୁଦ୍ଧି, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଓ ସାକ୍ଷାତକାର ସମେତ ବିଭିନ୍ନ ପର୍ୟ୍ୟା ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା । ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୌନ୍ଦର୍ୟ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଆରାଧନା ଭୁବନେଶ୍ୱରର ବାସିନ୍ଦା ଏବଂ ଗତ ୭ ବର୍ଷ ଧରି ଦୁବାଇରେ ତାଙ୍କ ସ୍ୱାମୀ ସୂର୍ୟ୍ୟ୍କାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି। ଆରାଧନାଙ୍କୁ ରନର୍ସ ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି । ଆରାଧନା କହିଛନ୍ତି, ଏଭଳି କାର୍ୟ୍ୟ କ୍ରମରେ ଭାଗ ନେବାକୁ ଚାହୁଁଥିଲି । ହେଲେ ଅନ୍ୟ ପ୍ରାଥମିକତା ଯୋଗୁଁ ସମୟ ଦେଇପାରି ନଥିଲେ । ଦୁବାଇରେ ଏହି ପ୍ରତିଯୋଗିତା ହେଉଥିବା ବିଷୟରେ ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ । ଭଗବାନଙ୍କ କୃପା ଓ ପରିବାରର ସମର୍ଥନ ଯୋଗୁଁ ଆଜି ମୁଁ ଏହି ସଫଳତା ପାଇଛି ଓ ଓଡ଼ିଶା ପାଇଁ ଏହି ସମ୍ମାନଜନକ ଟାଇଟଲ୍ ଜିତିପାରିଛି । ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ ଓ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଉପସ୍ଥାପନ ନିମନ୍ତେ ଅନ୍ୟ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!