Wednesday, July 9, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଟିଂ ଫ୍ଲୋରରେ ତୋ ନା ର ମାନେ ହଁ ଫିଲ୍ମ

by ସଞ୍ଜୟ ସ୍ୱାଇଁ
November 29, 2021
in Entertainment, State
ସୁଟିଂ ଫ୍ଲୋରରେ ତୋ ନା ର ମାନେ ହଁ ଫିଲ୍ମ
140
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ୍ କଟକଣା ଭିତରେ ଓଲିଉଡ ଭିଡ ଜମିବାରେ ଲାଗିଛି । ସେହି ଭିତରେ ଓଡ଼ିଆର କେତେକ ଫିଲ୍ମ ରିଲିଜ୍ ଅପେକ୍ଷା ଥିବାବେଳେ ଆଉ କିଛି ପାଇପ୍ ଲାଇନ୍ ରହିଛି । ଆଗକୁ ଆସୁଥିବା ଓଡ଼ିଆ ଫିଲ୍ମରେ ସାମିଲ ହୋଇଛି ତୋ ନା ର ମାନେ ହଁ । ଏହି ନିକଟରେ ଉକ୍ତ ଫିଲ୍ମର ଶୁଭ ମହୁରତ ସରିଥିବା ବେଳେ ଆସନ୍ତା ବର୍ଷ ତୋ ନା ର ମାନେ ହଁ ଫିଲ୍ମ ରିଲିଜ୍ ହେବାର ସମ୍ଭାବନା ରହିଛି । ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ସମ୍ବିତ ଆଚାର୍ୟ୍ୟ ଓ ରିୟା ଦେଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ଚର୍ଚ୍ଚିତ ଅଭିନେତ୍ରୀ କାବ୍ୟ କିରନଙ୍କୁ ମଧ୍ୟ ସପୋର୍ଟିଂ ରୋଲରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାଂଶୁ ମୋହନ ସାହୁ ସମ୍ଭାଳିଥିବାବେଳେ ଅମୂଲ୍ୟ କୁମାର ଦାସ ଓ ବୃନ୍ଦାବନ ଗୁରୁ ପ୍ରଯୋଜନା ଦାୟିତ୍ୱ ତୁଲାଇବେ । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମରେ ବେଶ କିଛି ମନଛୁଆଁ ଗୀତ ସ୍ଥାନ ପାଇଛି । ତେବେ ଲିଡ୍ ପେୟାର ଓ ଦମଦାର ଗୀତଗୁଡିକୁ ବାଦ୍ ଦେଲେ ଫିଲ୍ମର ଷ୍ଟାରକାଷ୍ଟ କେମିଷ୍ଟ୍ରୀ ମଧ୍ୟ ଚର୍ଚ୍ଚାରେ ରହିଛି । ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅସିତ ପତି, ମହେଶ୍ୱତା ରାୟ, ସୋମା ଭୌମିକ ଓ ଶୀଲା ତ୍ରିପାଠୀଙ୍କ ଭଳି ଅଭିନେତ୍ରୀଙ୍କୁ ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଜଣେ ନାୟକ, ଦୁଇଜଣ ନାୟିକା । ଟ୍ରାଏଙ୍ଗଲ ଲଭଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ତେବେ ସବୁଠୁ ମଜାଦାର କଥା ହେଉଛି ଆସନ୍ତା ବର୍ଷ ପ୍ରେମୀ ଯୁଗଳଙ୍କ ଦିନ ଅର୍ଥାତ ଫେବ୍ରୁଆରୀ ୧୪’ ଭ୍ୟାଲେଣ୍ଟାଇନ୍ ଡେ’ ଦିନ ଫିଲ୍ମଟି ରିଲିଜ୍ ହେବାର ସମ୍ଭାବନା ରହିଛି ।

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025
ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ

ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ

July 1, 2025
ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

June 28, 2025
ହୃଦଘାତରେ ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି

ହୃଦଘାତରେ ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି

June 28, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!