Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ

by ସଞ୍ଜୟ ସ୍ୱାଇଁ
October 3, 2021
in NATIONAL NEWS, State
ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ
118
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ମିଳିଛି ନିଯୁକ୍ତି । ରବିବାର ଶିଲଂରେ ସେ ଦାୟିତ୍ବ ନେବେ । ଏବେ ସେ କେନ୍ଦ୍ରୀୟ ବାୟୁସେନା କମାଣ୍ଡରେ ବରିଷ୍ଠ ଅଧିକାରୀ ଅଛନ୍ତି । ପୂର୍ବାଞ୍ଚଳ ବାୟୁସେନା ମୁଖ୍ୟ ହେବାରେ ଦିଲୀପ ପଟ୍ଟନାୟକ ପ୍ରଥମ ଓଡ଼ିଆ। କାରଗିଲ୍ ଯୁଦ୍ଧ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଅପରେସନ୍ ଦାୟିତ୍ବ ନେଇଥିଲେ ଦିଲୀପ । ୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ୍ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କର ଅପୂର୍ବ ସାହସ ଯୋଗୁ କାରଗିଲ୍‌ରେ ପାକ ସେନା ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ୧୯୯୯ ଜୁନ ୨୬-୨୭ତାରିଖ ରାତିରେ ପ୍ରଥମଥର ପାଇଁ ଟାଇଗର ହିଲ୍‌ରେ ଥିବା ଶତ୍ରୁ ସେନା ଉପରେ ଲେଜର୍ ଗାଇଡେଡ୍ ବମ୍ ଷ୍ଟ୍ରାଇକ୍ କରିଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା । ଖଡ଼କୱାସାଲାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଦିଲୀପ ପଟ୍ଟନାୟକ। ସେ ୧୯୮୪ ମସିହାରେ ଭାରତୀୟ ବାୟୁସେନାର ଜଣେ ଫାଇଟର୍ ଜେଟ୍ ପାଇଲଟ୍ ଭାବେ ଯୋଗ ଦେଇଥିଲେ । ୨୫ଶହ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ବିମାନ ଉଡାଇବାର ଦକ୍ଷତା ରହିଛି । ୧୯୯୫ରେ ସ୍କାଡର୍ନ ଲିଡର, ୨୦୦୧ରେ ୱିଙ୍ଗ କମାଣ୍ଡର, ୨୦୦୭ରେ ଗ୍ରୁପ କ୍ୟାପଟେ ର୍ ୨୦୧୦ରେ ଏୟାର କମୋଡର ଏବଂ ୨୦୨୦ରେ ଏୟାର ମାର୍ଶାଲ ଭାବରେ ଦାୟିତ୍ବ ତୁଲାଇଛନ୍ତି ଦିଲ୍ଲୀପ ପଟ୍ଟନାୟକ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ନିଯୁକ୍ତି ପାଇବା ପରେ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!