ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ଓଡ଼ଗାଁସ୍ଥିତ ରାଧାମାଧବ ମନ୍ଦିର ପରିସରରେ ବରିଷ୍ଠ କବି ତଥା ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱ।ଜ)ଙ୍କ ରଚିତ “ଆମ ଓଡ଼ଗାଁ” ନାମକ ଏକ କ୍ୟାସେଟ୍ ଲୋକାର୍ପଣ କରାଯାଇଛି।ଅଶୋକ କୁମାର ସାହୁ ଉକ୍ତ କ୍ୟାସେଟର ସଂଗୀତ ପରିଚାଳନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ।ଲୋକାର୍ପଣ ଉତ୍ସବରେ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର,କବି ଶରତଚନ୍ଦ୍ର ଷଡ଼ଙ୍ଗୀ,ଦୂତିକୄଷ୍ଣ ମିଶ୍ର, କବି ତଥା କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ,ଯଶୋବନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ସମାଜସେବୀ ଅରୁଣ କୁମାର ସାହୁ,କବୟିତ୍ରୀ ପ୍ରଭାତି ପଟ୍ଟନାୟକ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୀତଟି ଓଡ଼ଗାଁ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରି ଯଥେଷ୍ଟ ଦର୍ଶକୀୟ ଆଦୄତି ପାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି।ଉଭୟ ଗୀତିକାର ଓ କଣ୍ଠଶିଳ୍ପୀ ଉପସ୍ଥିତ ରହି ସମସ୍ତଙ୍କୁ ହାର୍ଦ୍ଦିକ କୄତଜ୍ଞତା ଜଣାଇଛନ୍ତି।






