Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ

by ସଞ୍ଜୟ ସ୍ୱାଇଁ
November 21, 2020
in Nayagarh
ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ
2.6k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଭାଳିଆଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଅଛି । ଶ୍ମଶାନକୁ ନେଇ ଗୋଷ୍ଠୀ ବିବାଦ ଥମିନଥିବା ବେଳେ ଦୀର୍ଘ ୨୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମ ମଝିରେ ଶବ ପଡିରହିଛି ।ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ଭାଳିଆଡିହି ଉପର ସାହିର ନାଥ ପ୍ରଧାନ (୭୨)ଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଶ୍ମଶାନକୁ ଯାଇଥିଲେ କିନ୍ତୁ ସେଠାରେ ଅନ୍ୟ ଏକ ଗୋଷ୍ଠୀ ଶବଦାହ କରିବା ପାଇଁ ମନା କରିବାରୁ ଏଭଳି କାଣ୍ଡ ଘଟିଅଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ଶବକୁ ରାସ୍ତା ମଝିରେ ରଖି ପ୍ରତିବାଦ କରିଥିଲେ ।ଘଟଣା ସ୍ଥଳରେ ଶରଣକୁଳ ଥାନା ଆଇ.ଆଇ ସି,ଏସଡିପିଓ, ଓଡ଼ଗାଁ ତହସିଲଦାର ପହଞ୍ଚିଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ କୌଣସି ସୁଫଳ ମିଳିପାରିନାହିଁ । ଘଟଣାସ୍ଥଳରେ ଉଭୟ ଗୋଷ୍ଠୀର ୧୦୦୦ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଉପସ୍ଥିତ ଥିବା ବେଳେ କ୍ରମାଗତ ଭାବେ ପରିସ୍ଥିତି ଅଧିକ ଜଟିଳ ହେଉଥିବା ପରିଲକ୍ଷିତ ହେଉଅଛି । ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଭାଳିଆଡିହି ଉପର ସାହି, ତଳସାହି ଏବଂ ପାଇକ ସାହି, ନୂଆ ସାହି, କଜଳାଇ ସାହି, ଜଗନ୍ନାଥ ସାହି ଦୁଇ ଗୋଷ୍ଠୀ ମଧ୍ୟରେ ଶ୍ମଶାନକୁ କେନ୍ଦ୍ର କରି ୨ ବର୍ଷ ତଳେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!