ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ତହସିଲ ଅନ୍ତର୍ଗତ କୋମଣ୍ଡ ଏବଂ ରୋହିବାଙ୍କ ଅଞ୍ଚଳରେ ଦିନକୁ ଦିନ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଅଛି ।ବେଆଇନ ଭାବେ ପଥର ଏବଂ ମୋରମ ଚାଲାଣ ହେଉଥିବା ଅନେକ ଦିନୁ ମଧ୍ୟ ଅଭିଯୋଗ ହୋଇଆସୁଥିଲା ।
ଆଜି ଓଡ଼ଗାଁ ତହସିଲ ଏବଂ ଓଡ଼ଗାଁ ଆଦର୍ଶଥାନାର ମିଳିତ ଚଢ଼ାଉରେ ବାଘୁଆ – ଦୁରୁଦା ରାସ୍ତାରେ ମାଙ୍କଡ଼ା ବୋଝେଇ ୩ଟି ମିନିଟ୍ରକ ଗାଡି ନଂ ଓଆର ୦୨ ବିଜେ ୫୪୩୫,ଓଡି ୨୫ ଏ ୩୨୬୩, ଓଡ଼ି ୨୫ଡି ୬୪୬୩,ସହ ଗୋଟିଏ ଟ୍ରକ ନଂ ଓଆର ୨୫୬୩୧୭ କୁ ଜବତ କରିଥିଲେ ।
ତହସିଲଦାର ବିଜୟିତା ସାମନ୍ତ ସିଂହାର ମିନିଟ୍ରକ ନଂ ଓଆର ୦୨ ବିଜେ ୫୪୩୫ ଠାରୁ ୨୦୦୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ଟ୍ରକ ନଂ ଓଆର୨୫ ୬୩୧୭ ଠାରୁ ୩୫୦୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଅନ୍ୟ ଦୁଇଟି ମିନିଟ୍ରକ ବର୍ତ୍ତମାନ ସୁଦ୍ଧା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜିମ୍ମାରେ ରହିଅଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଅଛି ।





