ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଅଛି ।ଓଡ଼ଗାଁ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ସୁପରଭାଇଜର ଗଣେଶ୍ୱର ମହାନ୍ତି ,କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡା ,ନନ୍ଦିଘର ରାଜସ୍ୱ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ,ଅମିନ ସୁଦାମ ଚରଣ ବେହେରା ପ୍ରମୁଖ କୋମଣ୍ଡ ପଥର ଖଣିରେ ବେଆଇନ ଭାବେ ପଥର କାଟୁଥିବା ସମୟରେ ସଦଳବଳେ ଚଢାଉ କରିଥିବାକୁଉଦ୍ୟତ ହେଉଥିବାବେଳେ ପଥର ମାଫିଆମାନେ ଅଳ୍ପକେ ଖସି ଯିବାରେ ସଫଳ ହୋଇଥିଲେ ।ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଏତଲା ମଧ୍ୟ ହୋଇଥିଲା।
ଉକ୍ତ ଅଭିଯୋଗକୁ ଭିତ୍ତି କରି ଓଡ଼ଗାଁ ଆଦର୍ଶ ଥାନା ପାଟ୍ରୋଲିଂ କରୁଥିବା ସମୟରେ ଆଜି ଏକ ହାଇୱା ଜବତ କରିବା ସହ ଅଭିଯୁକ୍ତ ସୁଶାନ୍ତ ପ୍ରଧାନକୁ ଗିରଫ କରିଅଛି ।ତା ଠାରୁ ପୋଲିସ ଏକ ହାଈୱା ଜବତ କରିବା ସହ ୨୨୯/୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଅଛି ।ଅଭିଯୁକ୍ତ ଜଣଙ୍କ କରଡ଼ା ଶାସନ ଅଞ୍ଚଳର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଉକ୍ତ ଘଟଣାରେ ଅନ୍ୟତମ ଅଭିଯୁକ୍ତ ସଂସାରୀ ପ୍ରଧାନ ଘର କରଡା ,ରଘୁନାଥପୁର ଅଞ୍ଚଳର ଫେରାର ଥିବାବେଳେ ହାଇୱା ନଂ ଓଡ଼ି ୨୫ ବି ୩୭୦୮ ଗାଡିର ସନ୍ଧାନ ପୋଲିସ ଜାରି ରଖିଛି ।





