ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ଗାଁ ଥାନା ସାକେରୀ ପଞ୍ଚାୟତ ଗୋଡ଼ିପାଟଣା ଗ୍ରାମରେ ମାଛ ଭାଗ ବଣ୍ଟାକୁ ନେଇ ମନୋଜ କୁମାର ଜେନା(୨୪)ଙ୍କ ମାଡ଼ରେ ଗ୍ରାମ ଉପ-ସମ୍ପାଦକ ସଂଗ୍ରାମ ବାରିକ(୧୯)ଙ୍କ ମୁଣ୍ଡ ଫାଟି ଗଭିର କ୍ଷତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୮ ଘଂଟା ସମୟରେ ଗାଁର ବଡ଼ପୋଖରୀ ଓ ନୂଆ ପୋଖରୀରୁ ଗ୍ରାମ କମିଟି ଦ୍ୱାରା ମାଛ ଧରାଯାଇ ସାହି ଭାଗବଣ୍ଟା ହୋଇଥିଲା । ମାଛଧରା ସ୍ଥାନକୁ ମନୋଜ ଡେରିରେ ପହଁଚି ମାଛ ନେଇଥିଲା । ମନୋଜ ଅପରାହ୍ନ ୪ ସମୟରେ ତାକୁ ଛୋଟମାଛ ଭାଗ ଦିଆଯାଇଥିବା କହି ଗାଁରେ ସମସ୍ତଙ୍କୁ ଦେଖେଇ ସିଖେଇ ଗାଳି ଗୁଲଜ କରୁଥିଲା । ନିକଟରେ ଉପସ୍ଥିତ ଗ୍ରାମ କମିଟି ଉପ-ସମ୍ପାଦକ ସଂଗ୍ରାମ ବାରିକ ମନୋଜ ପାଖକୁ ଯାଇ କାହିଁକି ଗାଳି ଗୁଲଜ କରୁଛୁ ବୋଲି ପଚାରି ବୁଝାସୁଝା କରିଥିଲେ । ଉତ୍ୟକ୍ତ ମନୋଜ କୈାଣସି କଥା ନଶୁଣି ଗୋଟିଏ ଖଣ୍ଡଟାଇଲ ଧରି ସଂଗ୍ରାମର ମୁଣ୍ଡକୁ ଯୋର ଆଘାତ କରିଥିଲା । ଫଳରେ ସଂଗ୍ରାମର ମୁଣ୍ଡଫାଟି ଗଭିର କ୍ଷତ ହୋଇଥିଲା । ଗ୍ରାମର କେତେକ ଯୁବକ ସଂଗ୍ରାମକୁ ଓଡ଼ଗାଁ ଡାକ୍ତରଖାନା ଆଣି ଚିକିତ୍ସା କରାଇଥିଲେ । ଏବଂ ପରେ ସେହି ଯୁବକ ମାନଙ୍କ ଉପସ୍ଥିତିରେ ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।






