ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମରୁ ଆଜି ଜଣେ ଠକକୁ ଛତଶଗଡ଼ ପୁଲିସ ଗିରଫ କରିଛି । ଏକ ଘରୋଇ ବ୍ୟାଙ୍କ ଅର୍ଥ ଲଗାଣ ସଂସ୍ଥାରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାଲିଆଡିହି ଗ୍ରାମର କେଶବ ମହାନ୍ତିଙ୍କ ପୁଅ ରୁଦ୍ରମାଧବ ମହାନ୍ତିଙ୍କୁ ଗିରଫ କରଯାଇଛି । ସେଠାରୁ ବିଭିନ୍ନ ଲୋକଙ୍କ ଆକାଉଣ୍ଟ ଜରିଆରେ ୯ କୋଟି ଟଙ୍କା ଠକେଇ କରି ଦୁଇ ମାସ ହେବ ଓଡ଼ିଶା ଚାଲି ଆସିଥିଲେ । ଆଜି ଛତିଶଗଡ଼ ପୁଲିସର ୧୦ ଜଣିଆ ଟିମ ନୟାଗଡ଼ ଆସି ଓଡ଼ଗାଁ ପୁଲିସ ସହାୟତା ନେଇଥିଲେ । ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞାପାରିମିତା ଜେନାଙ୍କ ନେତୃତ୍ୱରେ ଓଡ଼ଗାଁ ପୁଲିସ ଭାଲିଆଡିହି ଗ୍ରାମରୁ ତାଙ୍କୁ ଧରି ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । କରୋନା ପରୀକ୍ଷା ପରେ ଛତିଶଗଡ଼ ପୁଲିସ ଅଭିଯୁକ୍ତକୁ ନେଇଥିବା ଜଣାଯାଇଛି ।





