ଓଡ଼ଗାଁ,(ବାଘୁଆବାର୍ତ୍ତା): ଆଜି ହେଉଛି ଓଡ଼ିଶାର ପ୍ରବାଦ ପୁରୁଷ,ବିଶିଷ୍ଟ ଜନନାୟକ ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ତଥା ତିରୋଧାନ ଦିବସ ।ବିଶ୍ୱର ଅଦ୍ଵିତୀୟ ନେତା ବିଜୁ ବାବୁ ଆଜିର ଦିନରେ ଇହଲୀଳା ସମ୍ୱରଣ କରିଥିଲେ । ଓଡ଼ଗାଁ ବ୍ଲକ ଏବଂ ଏନ.ଏସି ବିଜୁ ଜନତା ଦଳ ତରଫରୁ କରୋନା କଟକଣା ଅନୁପାଳନପୂର୍ବକ ବ୍ଲକ ନିକଟସ୍ଥ କଲ୍ୟାଣୀମଣ୍ଡପ ନିକଟରେ ନିରାଡ଼ମ୍ବର ଭାବେ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି । ବିଜୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ବ୍ଲକ ବିଜେଡି ସଭାପତି ସୂର୍ୟ୍ୟ ନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ,ଏନ.ଏସି ସଭାପତି ରବୀନ୍ଦ୍ରନାଥ ପୃଷ୍ଟି ,ଯୁବ ସଭାପତି ପ୍ରଭାତ ଅଧିକାରୀ ,ଯୁବ ସଂଗଠକ ବିଜନ ପାଇକରାୟ , ଦିଲ୍ଲୀପ ମାର୍ଥା,ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ବିଜୁ ବାବୁଙ୍କ ଜୀବନୀ ,ସ୍ବାଧୀନତା ସଂଗ୍ରାମ ଏବଂ ନୂତନ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୁମିକା ସମ୍ପର୍କରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ କହିଥିଲେ ।ବିଜୁବାବୁ ସର୍ବଦା ଲୋକସେବାକୁ ଗୁରୁତ୍ୱ ଦେଇଥିଲେ କୋଭିଡ ଭଳି ପ୍ରତିକୂଳ ପରିସ୍ଥିତି ସମୟରେ ଏହି ସେବା ମନୋଭାବକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ଅଛି ବୋଲି ଯୁବ ସଂଗଠକ ବିଜନ ପାଇକରାୟ କହିଥିଲେ।





