Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତାଙ୍କ ପରଲୋକ

by Anil Panda
August 22, 2020
in Feature News, Nayagarh
ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତାଙ୍କ ପରଲୋକ
960
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଶ୍ରୀଯୁକ୍ତ ରାସବିହାରୀ ଖଟେଇଙ୍କ ବିୟୋଗରେ ଓଡ଼ଗାଁ ତଥା ନୟାଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହୋଇଥିଲା । ଖରେଇ ସାରର୍ଙ୍କ ନାମରେ ପରିଚିତ ଶ୍ରୀଯୁକ୍ତ ରାସବିହାରୀ ଖଟେଇ ଜଣେ ସୁସଂଗ୍ରାହକ, ଆଦର୍ଶବାଦୀ ଶିକ୍ଷକ ଥିଲେ। ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ତାଙ୍କର ଆଭୂଷଣ ଥିଲା। ଜଣେ ମାନବ ବାଦୀ,ଦରଦୀ ,ସମାଜ ସଂସ୍କାରକ,ଜ୍ଞାନ ଲିପସୂ, ଲେଖକ,ପରିବେଶ ପ୍ରେମୀ ମହାନ୍ ଆତ୍ମା ଶ୍ରୀଯୁକ୍ତ ରାସବିହାରୀ ଖଟେଇ ଙ୍କର ଲୋକପ୍ରିୟତା ଓଡ଼ଗାଁ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲା। କୁରାଳ ଉପାନ୍ତ ଅଞ୍ଚଳ ତଥା ବାଉଁଶ ରାଣୀର ଉଦ୍ଭବ ନାଥିଆ ପାଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ତାଙ୍କ ଅକ୍ଲାନ୍ତ ଉଦ୍ୟମ ର ଫଳ। ନିଜସ୍ୱ ଖର୍ଚରେ ଯାତ୍ରୀବିଶ୍ରାମଗାର, ଡଷ୍ଟବିନ୍ ଏବଂ ଯାତ୍ରୀ ବିଶ୍ରାମଗାର ପାଖରେ ମନୋରମ ବଗିଚା ପ୍ରସ୍ତୁତି ତାଙ୍କ ନିଜସ୍ୱ ଚିନ୍ତାଧାରା ର ପ୍ରତିଫଳନ। ଦାସିଆ ଅଜାଙ୍କ ସମକକ୍ଷ ନହେଲେ ମଧ୍ୟ ସେ ପଞ୍ଚୁ ତୁଳସୀ ସଂଗ୍ରହାଳୟ ନିର୍ମାଣ କରି ଏକ ମାଇଲ ଖୁଣ୍ଟ ସୃଷ୍ଟି କରି ଯାଇଛନ୍ତି। ଏଭଳି ଏକ ଆମର ଆତ୍ମାର ବିୟୋଗ କୁରାଳ, ନୟାଗଡ଼ ତଥା ସମଗ୍ର ପୃଥିବୀ ପାଇଁ ଏକ ଅପୂରଣୀୟ କ୍ଷତି।ସେ ଦିବ୍ୟାତ୍ମା ଙ୍କ ସଦ୍ ଗତି ପ୍ରାର୍ଥନା କରୁଛୁ।
ରିପୋର୍ଟ – ଓଡ଼ଗାଁରୁ ଅର୍ଜୁନ ସାହୁ

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!