Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀରାମ ନବମୀ ନିମନ୍ତେ ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
April 12, 2021
in Feature News
ଶ୍ରୀରାମ ନବମୀ ନିମନ୍ତେ ପ୍ରସ୍ତୁତି ବୈଠକ
1.3k
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ସ୍ଥାନୀୟ ରଘୁନାଥମନ୍ଦିର ପରିସର ସଭାଗୃହରେ ଓଡ଼ଗାଁ ଶ୍ରୀରାମନବମୀ କମିଟି ତରଫରୁ ଉପଜିଲ୍ଲାପାଳ ଲଗ୍ନଜିତରାଉତଙ୍କର ଅଧ୍ୟକ୍ଷତାରେ ରାମନବମୀ୨୦୨୧ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରଘୁନାଥ ଜୀଉ ଶ୍ରୀରାମ ନବମୀ ଯାତ୍ରା ଆସନ୍ତା ଏପ୍ରିଲ ୨୧ ତାରିଖରୁ ଆରମ୍ଭ ହୋଇ ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ପ୍ରଭୁଙ୍କର ନବଦିନ ସନ୍ଧ୍ୟା ବେଶ ଅନୁଷ୍ଠିତ ହେବ ।୨୧ ତାରିଖରେ ରାମ ଜନ୍ମ,୨୩ରେ ତାଡକାବଦ୍ଧବେଶ,୨୪ରେ ଅହଲ୍ୟା ଉଦ୍ଧାରଣ ବେଶ ,୨୫ରେ ଗଙ୍ଗାପାର ବେଶ , ୨୬ରେ ଧନୁଭଗ୍ନ /ସୀତା ବିବାହ ବେଶ ,୨୭ରେ ବନବାସ ବେଶ,୨୮ରେ ଚିତ୍ରକୁଟ ବେଶ ,୨୯ରେ ସାଧାରଣ ବେଶ,୩୦ଅଷ୍ଟାବଧାନ ବେଶ, ୦୧ରେ ଯୁଦ୍ଧ ଯାତ୍ରା ,୦୨ରେ ଅଭିଷେକ ବେଶ ୦୩ରେ ପାଣି ଖେଳ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମିନିଦୋଳି ଏବଂ ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇଛି ।କୋଭିଡ ନିୟମାନୁଯାୟୀ ଭକ୍ତଙ୍କ ନିମନ୍ତେ ସାଧାରଣଦର୍ଶନ ସୁବିଧା ଉପଲବ୍ଧ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।ବିଶେଷକରି ଯଦି ପରବର୍ତ୍ତୀ ମୁହୂର୍ତ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଏ ତାହେଲେ ଯାତ୍ରା ହେବ କି ନ ହେବ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମଧ୍ୟ ଆଲୋଚନା କରାଯାଇଛି।ଆଜିର କାର୍ଯ୍ୟକ୍ରମରେ ତହସିଲଦାର ବିଜୟିତା ସାମନ୍ତସିଂହାର,ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର,ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ଆଦର୍ଶଥାନା ଏସ.ଆଇ ସ୍ନେହଲତା ପ୍ରଧାନ ,ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!