ଓଡ଼ଗାଁ, (ବାଘୁଆବାର୍ତ୍ତା): କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବନ୍ଧୁମିଳନ ଓ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଏବଂ ଓଡଗାଁ ବନପାଳ ଅଧିକାରୀ ଅମ୍ରିତ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଆଗରୁ ଅବସର ନେଇଥିବା ଶିକ୍ଷକ ରାଜକିଶୋର ସାହୁ, ଗୈାରାଙ୍ଗ ଚନ୍ଦ୍ର ପଟ୍ଟନାୟକ,ଚନ୍ଦ୍ରକାନ୍ତୀ ସାହୁ,ଭରତ ସାହାଣୀ,ଭାଗ୍ୟରଥୀ ଦଳେଇ, ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଦ୍ୟାଧର ଦାସ ଏବଂ କ୍ଳଷ୍ଟର ରୁ ପଦୋନ୍ନତି ପାଇ ଯାଇଥିବା ରଘୁନାଥ ପଣ୍ଡା,ଦୁଃଖିଶ୍ୟାମ ନନ୍ଦ ମହାଶୟଙ୍କୁ ଉପଢୌକନ ମାନପତ୍ର ସହିତ ଗୋଲାପଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଳଷ୍ଟର କୁ ପଦୋନ୍ନତି ପାଇ ଆସିଥିବା ରମାକାନ୍ତ ପ୍ରଧାନ ଙ୍କୁ ଉପଢୌକନ ଓ ଫୁଲ ଦେଇ ସ୍ବାଗତ ଜଣାଯାଇଥିଲା। ଅବସରକାଳୀନ ଶିକ୍ଷକ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିବା ସହ ଶିକ୍ଷକ ମାନେ ନିଜର କର୍ମମୟ ଜୀବନ ରେ ସମୟାନୁବର୍ତ୍ତୀତା ହେବା, ବିଦ୍ୟାଳୟ ,ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଭାବିବା ଏବଂ ଅନୁଷ୍ଠାନ ର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବାକୁ ଗୁରୁତ୍ବ ଦେବା, ବିଦ୍ୟାଳୟ କୁ ବନୀକରଣ କରିବା, ପଲିଥିନମୁକ୍ତ କରିବା ଉପରେ ଅତିଥି ମାନେ ଗୁରୁତ୍ବ ପ୍ରଦାନ କରିଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, ସଦାଶିବ ପାତ୍ର, ବନବିହାରୀ ପାତ୍ର,ବନକର୍ମଚାରୀ ଜ୍ୟୋତିରଞ୍ଜନ ମାନସିଂହ, ସନ୍ତୋଷ କୁମାର ପରିଡ଼ା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ(ଓଡ଼ଗାଁ), ଚିତ୍ତରଞ୍ଜନ ମିଶ୍ର(ଗୈାଡ଼ପୁଟ),ସୁଶେନ୍ଦୁ କୁମାର ଷଡଙ୍ଗୀ(ମଶାବାରୀ), ଚିତ୍ତରଞ୍ଜନ ମିଶ୍ର(ବାଉଁଶଗାଡ଼ିଆ), ସନ୍ତୋଷ କୁମାର ସାହୁ(କୁରାଳ),ରବିନ୍ଦ୍ର କୁମାର ଘଡ଼େଇ(ସୁନାମୁହିଁ), ସସ୍ମିତା ସାହୁ(ନନ୍ଦିଘୋର),ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଶିକ୍ଷକ ମନୋଜ କୁମାର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରଦୀପ କୁମାର ପୃଷ୍ଟି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବୁଦ୍ଧିଆ ପାତ୍ର, ପ୍ରେମାନନ୍ଦ ବେହେରା, ସୁଚିତ୍ରା ପ୍ରଧାନ, କୃଷ୍ଣଚନ୍ଦ୍ର ଆଲଟିଆ, ଦମୟନ୍ତୀ ପାତ୍ର, ସୁରେଶ ଚନ୍ଦ୍ର ମୁଦୁଲି, ରବିନାରାୟଣ ମିଶ୍ର, ପୁର୍ଣ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିବା ସହିତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ ସମସ୍ତ କାର୍ଯ୍ୟ ର ସୁପରିଚାଳନା କରିଥୁଲେ। ଶିକ୍ଷକ ରାଧାଗୋବିନ୍ଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।





